centurian jitm

ଗୋରୁ ବୋଝେଇ ଟ୍ରକ୍‌ ଜବତ : ୪୦ରୁ ଅଧିକ ଗୋରୁ ଉଦ୍ଧାର

ଭୁବନେଶ୍ୱର : ୪୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗ କରାଯାଉଥିଲା ଚାଲାଣ । ଭୋଗରାଇ ଖେଡ଼ସାହିରୁ ଗୋରୁ ବୋଝେଇ ଟ୍ରକ୍‌ ଜବତ କଲା ପୋଲିସ । ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର । ଭୋଗରାଇ ଥାନାରେ ସମସ୍ତ ଗୋରୁଙ୍କୁ ରଖି ଘଟଣାର ତଦନ୍ତ କରୁଛି ପୋଲିସ । ସୂଚନା ମୁତାବକ, ସବୁଦିନ ଭଳି ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଟ୍ରକ୍‌ ୪୦ରୁ ଅଧିକ ଗୋରୁଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା । ଏହା ଦେଖି ଗାଡ଼ିଟିକୁ ଜବତ କରିବା ବେଳେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଉକ୍ତ ଟ୍ରକ୍‌ରେ ଥିବା ସମସ୍ତ ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ଭୋଗରାଇ ଥାନାରେ ରଖା ଯାଇଛି । ଏହା ସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.