centurian jitm

ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କାଲୁରିଆ ଗୋରଡ଼ିଆ ସେତୁକୁ ଯିବାକୁ ମନା

nschool

ଢେଙ୍କାନାଳ, (ତାପସ ଦାସ) : ଖବର ସଂଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନାଲି ଆଖି । କାଲୁରିଆ ଗୋରଡ଼ିଆ ସେତୁକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନା । କିଛି ଗଣମାଧ୍ୟମ ପ୍ରତିନିଧି କାଲୁରିଆ ଗୋରଡ଼ିଆ ବ୍ରାହ୍ମଣୀ ନଦୀ ଉପରେ ସେତୁର ଖବର ସଂଗ୍ରହ ସମୟରେ ଏଭଳି ଏକ ଅଭାବନୀୟ ଘଟଣା ସମନାକୁ ଆସିଛି । ଅନ୍ୟ କୋଣସି ଜିଲ୍ଲାରେ ନୁହଁ ଖୋଦ ପୂର୍ତ ବିଭାଗର ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରୁ ଆସିଛି ଏଭଳି ଖବର । କିଛି ମାସ ତଳେ ନିର୍ମାଣାଧୀନ ବ୍ରିଜ ଭୁଷୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନବ ନିର୍ମାଣାଧୀନ ବ୍ରିଜ ମନା । ସୂଚନା ଅନୁସାରେ ୨୫୪ କୋଟି ଟଙ୍କା ବ୍ୟୟରେ ଯୋରନ୍ଦା କାଲୁରିଆ ଗୋରଡ଼ିଆ ଘାଟ ରାସ୍ତାର ବ୍ରାହ୍ମଣୀ ନଦୀ ଉପରେ ତିନି ଲାଇନ ବିଶିଷ୍ଟ ଉଚ୍ଚସ୍ତରୀୟ ସେତୁ ଶୁଭ ଭୂମିପୂଜନ ୩/୩/୨୦୧୯ ହୋଇଥିଲା । କାଲୁରିଆ ଗୋରଡ଼ିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ ଚାଲୁ ରହିଛି ଏହି ବ୍ରିଜ କାମ । କିନ୍ତୁ ଏହି ସୁରକ୍ଷା କର୍ମୀ ମାନେ ନବ ନିର୍ମାଣ ବ୍ରିଜ ପାଇଁ ଜାରି କରିଛନ୍ତି ଫତୁଆ । ଗଣମାଧ୍ୟମ ପ୍ରତିନିଧି ମାନେ ବ୍ରିଜ ପାଖକୁ ଗଲେ କାଳେ ଧରା ପଡ଼ିଯିବ ଭିତରର ରହସ୍ୟ, ଏହି ଭୟରେ ଛାଡୁ ନାହାନ୍‌ନ୍ତି ଗଣମାଧ୍ରମ ପ୍ରତିନିଧି ମାନଙ୍‌ଙ୍କୁ । ଏହି ବ୍ରିଜ ହେବା ଫଳରେ କାମାକ୍ଷା ନଗର ଓ ଭୁବନ ବ୍ଲକ ଲୋକମାନଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟାଳୟକୁ ଦୂରତା କମିଯିବ । କାହା ବଳରେ ବଳିୟାନ ଏଠାରେ ଥିବା ସୁରକ୍ଷା କର୍ମୀମାନେ, କାହା ଛତ୍ରଛାୟା ତଳେ କଣ୍ଟ୍ରାକ୍ଟର ଓ ସୁରକ୍ଷା କର୍ମୀ, କାହା ସାହସରେ ଏଭଳି କାର୍ଯ୍ୟ, କଣ ପାଇଁ ଦେଖାଉଛନ୍ତି, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନାଲି ଆଖି, କିଏ ଦେଲା ଏମାନଙ୍କୁ ଏତେ ପାୱାର, କଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେଠାକୁ ଯିବାକୁ ଦେଉନାହାନ୍ତି, କଣ ପାଇଁ କରାଯାଇଛି ଗଣମାଧ୍ୟମକୁ କଣ୍ଠରୋଧ ଏଭଳି ଅନେକ ପ୍ରଶ୍ନନ ଏବେ ଜନ ସାଧାରଣରେ ।

Leave A Reply

Your email address will not be published.