ଦଳିତ ଅବହେଳିତ ନିଷ୍ପେସିତମାନଙ୍କ ଆଦର୍ଶ ଶିକ୍ଷକ ଗୋପିନାଥ ପାଢ଼ୀଙ୍କ ବିୟୋଗରେ ଶୋକସଭା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ, ମେଣ୍ଡା ଗ୍ରାମର ବାପୁଜୀ ସେବାସଂଘ ଓ ଗ୍ରାମବାସୀଙ୍କ ସହଯୋଗରେ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପିନାଥ ପାଢ଼ୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଲୋକଗୀତ ଗବେଷକ କିର୍ତ୍ତନ ଦୀପ ଓ ସଂଘର ସଭାପତି ଲୋକନାଥ ଵାଦୀଙ୍କ ତତ୍ତ୍ଵାବଧାନରେ, ଶ୍ରୀଯୁକ୍ତ ପାଢ଼ୀଙ୍କ ଫଟୋରେ ପୁଷ୍ପମାଲ୍ୟାର୍ପଣ ସହ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ତାଙ୍କର ସ୍ମୃତି ଚାରଣ ସହ, ବକ୍ତା ମାନେ, କିପରି ସ୍ୱର୍ଗତ ପାଢ଼ୀ, ଶିକ୍ଷକତା ଜୀବନରେ ଦଳିତ ଅବହେଳିତ ନିଷ୍ପେସିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନରେ ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରି ଓ ଶିକ୍ଷକତାକୁ ଦରମାର ପରିମାପରୁ ଵହୁ ଉପରକୁ ଉଠି, ଜୀବନର ପରମ ବ୍ରତ ରୁପେ ଗ୍ରହଣ କରିଥିଲେ । ଯାହାର ଫଳ ସ୍ୱରୂପ ଅନେକ ଦଳିତ ଛାତ୍ର ଜୀବନରେ ସଫଳତା ହାସଲ କରିଥିବା ପରିପ୍ରକାଶ କରିଥିଲେ । ସ୍କୁଲ ଶିକ୍ଷା ବାହାରେ ଶିକ୍ଷା ପ୍ରତି ଅବହେଳିତ ଛାତ୍ରମାନଙ୍କୁ କିପରି ଅଭାବ ଅସୁବିଧା ମଧ୍ୟରେ, ପରିବାର ସହ ସହଯୋଗି ହୋଇ ପାଠ ପଢିବାର ନିର୍ଣ୍ଣାୟକ ଭୂମିକା ତାଙ୍କର ପ୍ରଶଂସନୀୟ ବୋଲି ମତ ପ୍ରକାଶ କରିଥିଲେ । ଗବେଷକ ଦୀପ ସଭା ସଂଯୋଜନା କରିଥିବା ବେଳେ, କପିଳ ନନ୍ଦ, ଗୁଣନିଧି ନାଗ, ଭାଗ୍ୟବତୀ ବାଦୀ, ଆନନ୍ଦ ନନ୍ଦ, ଧିରେନ୍ଦ୍ର ସୁନା, ବିବେକାନନ୍ଦ ହରିପାଲ ଓ ସେବାସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.