ବଲାଙ୍ଗିର, (କେପିଏନ୍ଏସ୍) : ସୁରଭି ଗୋସେବା ଧାମ ବିଛୁପାଲି ଠାରେ ଗତ କାଲି ଗୋପାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଜେପି ନେତା ଗୋପାଳଜି ପାଣିଗ୍ରାହୀ, ମୁଖ୍ୟବକ୍ତା ସିଦ୍ଧେଶ୍ୱର ମିଶ୍ର, ସୌମେନ୍ଦ୍ର ମିଶ୍ର, ଶ୍ରୀ ସୁରଭି ଗୋସେବା ଧାମର ସଭାପତି ରାମ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ତ୍ରିଲୋଚନ ମେହେର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଜଗନ୍ନାଥ ମାହାନା, ଅଶ୍ଵିନୀ କୁମାର ପଟେଲ, ସାଇସୁନ୍ଦର, ଖୁସି ରାମ ମାଝୀ, ମଦନ, ଗାୟତ୍ରୀ ପରିବାର ବଲାଙ୍ଗିର, ବିଶ୍ଵ ହିନ୍ଦୁ ପରିଷଦ ବଲାଙ୍ଗିରର କର୍ମକର୍ତ୍ତା ପବିତ୍ର ଦାସ, ଶ୍ରୀକର ପଧାନ, ବଲାଙ୍ଗିର ବଜରଙ୍ଗ ଦଳର ସଦସ୍ୟମାନେ, ବଲାଙ୍ଗିର ସହର ସମ୍ପୂର୍ଣ୍ଣା ଅନୁଷ୍ଠାନ ଓ ବୁବେଲ ପଂଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ଗୋଭକ୍ତ ପାଖାପାଖି ୫୦୦ ଜଣ ଗୋସେବକ ଗୋପ୍ରେମୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରଥମେ ଗୋପୁଜନରୁ ଆରମ୍ଭ ହୋଇଥିଲା, ଗାୟତ୍ରୀ ଯଜ୍ଞ, ତାପରେ ଗୋକଥାରେ ସିଦ୍ଧେଶ୍ୱର ମିଶ୍ର ‘ଗୋମାତାଙ୍କ ଅବଦାନ ଆମ ସମାଜ ପାଇଁ କଣ କଣ ରହିଛି’ ତା ଉପରେ ଆଲୋକପାତ କରି ବକ୍ତବ୍ୟ ରଖିଥିଲେ । ପରିଶେଷରେ ଛତିଶଗଡରୁ ଆସିଥିବା ପ୍ରଶିକ୍ଷକ ମୋହନ ଚନ୍ଦ୍ର ସାହୁ ମହିଳାମାନଙ୍କୁ ସେମାନେ କିପରି ଭାବରେ ସ୍ୱାବଲମ୍ବନ ପଞ୍ଚଗବ୍ୟ ନିର୍ମାଣକୁ ନେଇ ହୋଇପାରିବେ ତା ଉପରେ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ସମ୍ପୂର୍ଣ୍ଣା ଅନୁଷ୍ଠାନ ତାଙ୍କୁ ସହଯୋଗ କରିଥିଲେ ।