oom

ଯାଦବ ସମାଜ ପକ୍ଷରୁ ଗୋପାଷ୍ଟମୀ ପୂଜା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ଥାନୀୟ ଯାଦବ ଭବନରେ ଗୋପାଷ୍ଟମୀ ପୂଜା ମହାସମାରୋହରେ ପାଳନ କରାଯାଇଛି । ସକାଳୁ ଯାଦବ ସମାଜର କର୍ମକର୍ତ୍ତାମାନେ ଗୋମାତାକୁ ମହାଆଳତି କରି ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ପୁରୋହିତ ଭାବେ ଦୂତି ବାହନ ଚନ୍ଦନ ପୂଜା ଆରମ୍ଭ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପସଭାପତି ବସୁଦେବ ନାଗ, ଦୟାସାଗର ବଗର୍ତ୍ତି, ପ୍ରଶାନ୍ତ ମହାକୁର, ଖରତମଲ ରାଉତ, ପୌରାଞ୍ଚଳର ସଭାପତି ପଙ୍କଜ ସେଲମା, ସହସଂପାଦକ ଅଷ୍ଟମୀ ବଗର୍ତ୍ତି, ସଂପାଦକ ଅରକ୍ଷିତ ଯୁଏଡ, ମୁଖ୍ୟ ଉପଦେଷ୍ଟା ଛବିଳ ବଗର୍ତ୍ତି, ଘାସିରାମ ଦୀପ, କିଶୋର ଜାଲ, ହରିଶଙ୍କର ଛତ୍ରିଆ, ସାନ ଜାଲ, ଆକୁଳ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.