oom

ଗଞ୍ଜାମ ପ୍ରେସକ୍ଳବ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ତଥା ସେବା ଓ ତ୍ୟାଗର ପ୍ରତିମୂର୍ତ୍ତୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମ ଜୟନ୍ତୀ ଗଞ୍ଜାମ ସହର ସ୍ଥିତ ମଧ୍ୟଖଣ୍ଡ ସାହିରେ ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ପ୍ରେସ କ୍ଳବ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ମହାନ ଜନ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ଥାନୀୟ ଅଞ୍ଚଳର ବରିଷ୍ଟ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇଙ୍କ ସଭାପତିତ୍ୱରେ ଏକ ସୃତି ଚାରଣ ସଭାରେ ସାମ୍ବାଦିକ ଓ ଅତିଥି ବୃନ୍ଦ ଉତ୍କଳ ସୁଯୋଗ୍ୟ ସନ୍ତାନ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପ୍ରେସ କ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ, ସହସମ୍ପାଦକ ନିରଞ୍ଜନ ପରିଡା, ବିଜୟଲକ୍ଷ୍ମୀ ମହାଙ୍କୁଡ଼, ରାକେଶ ରଞ୍ଜନ ଦାଶ, ପ୍ରଦପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, କେ.ରଜନୀ କାନ୍ତ ରେଡି, ମନୋଜ ପ୍ରଧାନ ପ୍ରମୁଖ ପ୍ରେସ କ୍ଳବ କର୍ମକର୍ତ୍ତା ଓ ସଦସ୍ୟ, ସଦସ୍ୟାମାନେ ଉପସ୍ଥିତ ରହି ଓଡ଼ିଶାର ବରପୁତ୍ରଙ୍କ ଜନ୍ମ ଜୟନ୍ତୀ ପାଳନ କରିଥିଲେ । ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା, ପୂର୍ବତନ ଗଂଜାମ ଏନଏସି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ଭାରତୀ ବିଦ୍ୟାପୀଠ ବରିଷ୍ଠ କିରାଣୀ ହରିହର ବାରିକ, ବରିଷ୍ଟ ନାଗରିକ ଶତୃଘ୍ନ ପଣ୍ଡା, ମିନତି ବିଶ୍ୱାଳ, ସୁଜ୍ଞାନୀ ତ୍ରିପାଠୀ, ଗାୟତ୍ରୀ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.