centurian jitm

ଗୁଡ଼ ସାମରିଟନ ପଲିସିରେ ୩ ଜଣଙ୍କୁ ପୁରସ୍କୃତ

nschool
  • ପ୍ରତ୍ୟେକଙ୍କୁ ୨୦୦୦ ଲେଖାଏଁ ଅର୍ଥରାଶି ସହ ପ୍ରମାଣ ପତ୍ର ପ୍ରଦାନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ ମୁଖ୍ୟ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଗୁଡ଼ ସାମରିଟନ ପଲିସି ଅଧୀନରେ ଜିଲ୍ଲାର ୩ ଜଣ ଶିବଶଙ୍କର ନାଏକ, ଭୀମ ମୁନା, ଚିତ୍ତରଞ୍ଜନ ଭୋଇ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୦୦୦ ଲେଖାଏଁ ଟଙ୍କା ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି । ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମର୍ଦ୍ଧନା କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ସୁବର୍ଣ୍ଣପୁର ରବିନ୍ ପଟ୍ଟନାୟକ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତ ଥିଲେ ।

Leave A Reply

Your email address will not be published.