jayashree

ଗୋଁଣ୍ଡି ଭାଷା ଦିବସ ପାଳିତ : ଗୋଁଣ୍ଡି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଆନୁକୁଲ୍ୟରେ ମହାନ ଗୋଁଣ୍ଡି ଭାଷାବିତ, ଗବେଷକ, ଲେଖକ, ସମାଜ ସଂସ୍କାରକ ଆଚାର୍ଯ୍ୟ ଡା.ମୋତିରାବେନ କଙ୍ଗାଲିଙ୍କ ୭୪ତମ ଜୟନ୍ତୀ ପାଳିତ ହୋଇଯାଇଛି । ଗୋଁଣ୍ଡି ଭାଷା ବ୍ୟାକରଣ, ଗୋଁଣ୍ଡି ଭାଷା ଶବ୍ଦକୋଶ ୧ଓ ୨, ଗୋଁଣ୍ଡି ଭାଷା ଶିକ୍ଷା, ପାରୀ କୁପାର ଲିଙ୍ଗୋ ଗୋଁଣ୍ଡି ପୁନେମ ଦର୍ଶନ, ବହୁ ପୁସ୍ତକ ରଚନା କରି ଗୋଁଣ୍ଡି ଭାଷାକୁ ସମୃଦ୍ଧ କରିଛନ୍ତି । ସେ ସର୍ବ ପ୍ରାଚୀନ ଗୋଁଣ୍ଡି ଭାଷାକୁ ପୁର୍ନଉଦ୍ଧାର କରି ବହୁ ପୁସ୍ତକ ରଚନା କରିଛନ୍ତି । ଗୋଁଣ୍ଡି ଭାଷା ପ୍ରତି ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କର ଜନ୍ମ ଦିବସକୁ ସାରା ଭାରତରେ ଗୋଁଣ୍ଡି ଭାଷା ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଅତିଥି ମାନେ ଗୋଁଣ୍ଡି ଭାଷା ଦ୍ରାବିଡୀୟ ଭାଷାର ଜନନୀ ବୋଲି କହିଥିଲେ । ଡା.ମୋତିରାବେନ କଙ୍ଗାଲିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉପସ୍ଥିତ ବକ୍ତାମାନେ ହରପ୍ପା ସଭ୍ୟତାରେ ଲିଖିତ ଚିତ୍ର ଲିପିକୁ ସର୍ବ ପ୍ରଥମରେ ଗୋଁଣ୍ଡି ଭାଷାରେ ସେ ପଢିଥିବା ପ୍ରକାଶ କରିଥିଲେ । ପ୍ରାୟ ଆଠ ହଜାର ବର୍ଷର ସର୍ବ ପୁରାତନ ଭାଷା ଅବହେଳିତ ଯାହାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ଦାବୀ ହେଉଛି । ଯାହା ସାରା ଭାରତରେ ପ୍ରାୟ ଏକ କୋଟିରୁ ଅଧିକ ଲୋକ ଗୋଁଣ୍ଡି ଭାଷା କୁହନ୍ତି । ମୋତିରାବେନ କଙ୍ଗାଲି ମହାରଷ୍ଟ୍ର ରାଜ୍ୟର ନାଗପୁର ଜିଲ୍ଲା ଦୁଲାରା ଗ୍ରାମରେ ଛତିରାମ ଓ ରାୟତାର କଙ୍ଗାଲିଙ୍କ ସୁପୁତ୍ର ଥିଲେ । ଏହି ଅଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଭାଷା ଗବେଷକ ରାଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ, ମୁଖ୍ୟ ଅତିଥି ପ୍ରଦେଶ ଶିକ୍ଷା ମହାସଚିବ ମୀନକେତନ ମାଝୀ, ସମ୍ମାନିତ ଅତିଥି ଶ୍ରୀକର ଧରୁଆ, ଯୁଗଲ କିଶୋର ଧରୁଆ ଯୋଗ ଦେଇଥିବା ବେଳେ ପ୍ରଫେସର କୌତୁକ ପନ୍ଦର, ପ୍ରଫେସର ଡ. ଜଗନ୍ନାଥ ସାହୁ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସଂପାଦକ ନୃପ ଭୋଇ ସଭା ପରିଚାଳନା କରିଥିଲେ । ପୌରାଞ୍ଚଳ କୋଷାଧକ୍ଷ ମନୋଜ ପୁଟା ଧନ୍ୟବାଦ ଦେଇଥିଲେ । ଆନନ୍ଦ ରାମ ଭୋଇ, ଦେବାଶିଷ ପୁଟା, ଘନଶ୍ୟାମ ପୁଝାରୀ, ପ୍ରମୋଦ ମଲ୍ଲୀକ, କୃଷ୍ଣ ଧରୁଆ ପ୍ରମୁଖ ସହେଯାଗ କରିଥିଲେ ।

Leave A Reply

Your email address will not be published.