oom

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋକୁଳ ପଣ୍ଡାଙ୍କ ବାଇକ୍ ଦୁର୍ଘଟଣାରେ ପରଲୋକ

jsmm

ଜୟପାଟଣା, (ଶେଷଦେବ ବେହେରା) : ଗତ ରବିବାର ସନ୍ଧ୍ୟା ସମୟରେ ବାଇକ ଯୋଗେ ଜୟପାଟଣା ଫେରୁଥିବା ବେଳେ ମୋଟେର ଜୟପାଟଣା ମୁଖ୍ୟ ରାସ୍ତାରେ ଏକ ପିକ୍‌ଅପ୍‌ ଭେନ୍ ସାଙ୍ଗରେ ମୁହାମୁହି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଗୋକୁଳଚନ୍ଦ୍ର ପଣ୍ଡା (୬୭)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ୱର୍ଗତ ପଣ୍ଡା ଗତ ରବିବାର ଦିନ ନିଜର ସ୍ଵାସ୍ଥ୍ୟ ଗତ କାରଣରୁ ବାଇକ ଯୋଗେ ଧର୍ମଗଡ ଯାଇ ସନ୍ଧ୍ୟାରେ ଜୟପାଟଣା ଫେରୁଥିବା ବେଳେ ରଣମାଳ ନିକଟ ଖଲିଆଭଟା ପାଖ ମୁଖ୍ୟରାସ୍ତା ଉପରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍ଅପ ଭେନ୍‌ ନଂ ଓଡି ୦୮ ଏଏନ୍ ୨୫୫୨ସାଙ୍ଗରେ ମୁହାମୁହି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ । ଖବର ପ୍ରକାଶିତ ହେବା ପରେ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାରି ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇବା ପରେ ଡାକ୍ତର ସେଠାରେ ସ୍ୱର୍ଗତ ପଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ । ସୋମବାର ପୂର୍ବାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିଲା । ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଜଣେ ସମାଜ ସଂଗଠକ, ଶିକ୍ଷାବିତ୍, ଗୋକୁଳ ପଣ୍ଡାଙ୍କ ନିଜର ଜନ୍ମ ମାଟିକାଦୋ ପଦର ଜନ୍ମମାଟିରେ ଅନ୍ତିମ ସଂସ୍କାର କରାଯାଇଥିଲା । ନିଜର ଏକ ମାତ୍ର ପୁଅ ନିର୍ମଳ ମୁଖଗ୍ନି ଦେଇଥିଲେ ।

jittmm
Leave A Reply

Your email address will not be published.