ରବି ନାରାୟଣ ପାତ୍ର ଓପିଏସ୍‌ (୧)ଙ୍କ ଏସ୍‌ପି ଗୋଇନ୍ଦା ବିଭାଗକୁ ପଦନ୍ନୋତି ପାଇଁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରବି ନାରାୟଣ ପାତ୍ର ଓପିଏସ୍‌ (୧) ୧୯୯୩ ମସିହାରୁ ପୋଲିସ ବିଭାଗରେ ଏସ୍‌ଆଇ ଭାବରେ ଯୋଗଦାନ କରି ଜଣେ ସଫଳ କର୍ମଚାରୀ ଭାବରେ ନିଜର ଦକ୍ଷତା ଦେଖାଇ ଅନେକ ଥର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ବିଭିନ୍ନ ଜଟିଳ କାମକୁ ନିଜ ଚାକିରି ଜୀବନରେ ନିଷ୍ଠାର ସହ ତୁଳାଇ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । ୨୦୧୫ରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ଥିବା ବେଳେ ତାଙ୍କର କଠିନ ପରିଶ୍ରମ ଓ କାର୍ଯ୍ୟଦକ୍ଷତା ପାଇଁ ବେଶ ପ୍ରଶଂସିତ ହୋଇଛନ୍ତି । ୨୦୨୧ ମସିହାରେ ବଲାଙ୍ଗିର ଜିଲ୍ଲା ପୋଲିସରୁ ଗୋଇନ୍ଦା ବିଭାଗକୁ ଡିଏସ୍‌ପି ଭାବରେ ବଦଳି ହୋଇ ବଲାଙ୍ଗିର, ସୋନପୁର, ବୌଦ୍ଧ ଓ ବରଗଡ ଜିଲ୍ଲାର ଦାୟିତ୍ୱରେ ରହି ସୁଚାରୁ ରୂପେ କାର୍ଯ୍ୟ ସଂପାଦନା କରିଛନ୍ତି । ୨୦୨୫ ମସିହାରେ ବଲାଙ୍ଗିର ଜିଲ୍ଲା ଗୋଇନ୍ଦା ବିଭାଗର ଏଡିସିନାଲ ଏସ୍‌ପିରୁ ପଦୋନ୍ନତି ହୋଇ ଭୁବନେଶ୍ୱର ଗୋଇନ୍ଦା ବିଭାଗକୁ ଏସ୍‌ପି ଭାବେ ବଦଳି ହୋଇଛନ୍ତି । ଏ ଅବସରରେ ସହକର୍ମଚାରୀ ବୃନ୍ଦ ଏବଂ ବଲାଙ୍ଗିରର ବୁଦ୍ଧିଜୀବୀଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି । ତାଙ୍କ ପଦୋନ୍ନତି ପାଇଁ ଶୁଭେଚ୍ଛୁ ମା’ ପାଟଣେଶ୍ୱରୀଙ୍କ ଫଟୋଚିତ୍ର ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ପାରା ଲିଗାଲ ସ୍ୱେଚ୍ଛାସେବୀ ଜୟକୃଷ୍ଣ ମିଶ୍ର, କୃଷ୍ଣଚନ୍ଦ୍ର ମିଶ୍ର, ପ୍ରକାଶ ବରେଇ, ବନମାଳି କୁମ୍ଭାର, ସାମସଙ୍ଗ ମିଶାଲ, ବୈ÷ଷ୍ଣବ ଦଲାଇ, ଦେବାଳୟ ସୁରକ୍ଷା କମିଟି ପ୍ରଶାନ୍ତ ମହାକୁର ଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.