ଗୋବିନ୍ଦଙ୍କ ଘଟଣାରେ ନୂଆ ତଥ୍ୟ : ପୋଲିସ ବ୍ୟାରେକରୁ ଫେରାର ପରେ ଗୋବିନ୍ଦ ହାତକୁ କେମିତି ଆସିଲା ମୋବାଇଲ ଫୋନ୍‌

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଯାହାକୁ ନେଇ ଚର୍ଚ୍ଚାରେ ଗୋବିନ୍ଦ । ଗତ କିଛି ଦିନ ତଳେ ଟିଟିଲାଗଡ଼ ଥାନାରୁ ବାଡ଼କୁ ଡେଇଁ ଫେରାର ମାରି ଥିଲା ଗୋବିନ୍ଦ । ଯାହାକୁ ନେଇ ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଥିଲା । ପରେ ଝରଣୀ ଗାଁର ଆଖୁ କିଆରିରୁ ପୁଲିସ ହାତରେ ଧରା ପଡିଥିଲା ଗୋବିନ୍ଦ । ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ପୋଲିସ ବ୍ୟାରେକରୁ ଫେରାର ପରେ ଗୋବିନ୍ଦ ହାତକୁ ମୋବାଇଲ ଫୋନ ଆସିଲା କେମିତି । ଯାହାର ସତ୍ୟତା ବଖାଣିଛନ୍ତି ତାଙ୍କର ଭେଣେଇ କୃଷ୍ଣ ଚନ୍ଦ୍ର ସାହୁ । ଗୋବିନ୍ଦ ପାଖରେ ଗୋଟିଏ ଛୋଟ ମୋବାଇଲ ଫୋନ ରହିଥିବାର କୃଷ୍ଣ ଚନ୍ଦ୍ର ସାହୁ ଦେଖି ସେ ବିଷୟରେ ସୂଚନା ଦେବାପରେ ମଧ୍ୟ ପୁଲିସ କାହିଁକି ସତ୍ୟକୁ ଲୁଚାଇବା ଚେଷ୍ଟା କରୁଛି ତାହା ଏବେ ବଡ଼ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଅନ୍ୟପଟେ ମମିତାଙ୍କୁ ବାସ୍ତବରେ ନ୍ୟାୟ ମିଲବ ନା ଲୋକ ଦେଖାଣିଆ ଭାବେ ପୁଲିସ ପ୍ରଶାସନ ତଦନ୍ତ କରି ଚୁପ୍‌ ଚାପ୍‌ ରହିବ ତାହା ମଧ୍ୟ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.