ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶରେ ପ୍ରଚଳିତ ମହାମାରୀ ଯୋଗୁଁ ସମସ୍ତ ବ୍ୟବସାୟିକ କ୍ଷେତ୍ର ପ୍ରଭାବିତ ହୋଇ ଜୀବନ ଜୀବିକାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜିକାର ସମାଜରେ ବିଶେଷ ଚାହିଦା ଥିବା ଯୁବତୀ ଓ ମହିଳାଙ୍କ ସୋନ୍ଦର୍ଯ୍ୟକରଣ ତଥା ପ୍ରସାଧନ କଳାକୁ ନେଇ ଟିଟିଲାଗଡ ରଘୁନାଥପଡ଼ା ସ୍ଥିତ ଗ୍ଲାମ୍ ଷ୍ଟୁଡିଓ ସାଲୋନ ପକ୍ଷରୁ ଯୁବତୀ ଓ ମହିଳାଙ୍କ ପାଇଁ ଏକ ଆତ୍ମନିର୍ଭର କର୍ମଶାଳା ଆୟୋଜିତ ହୋଇଯାଇଛି ।ଆୟୋଜିତ କର୍ମଶାଳାରେ ଉକ୍ତ ସାଲୋନର ଅଧ୍ୟକ୍ଷା ସ୍ନିଗ୍ଧା ପାଢ଼ୀ ଘରୋଇ ଜିନିଷରେ ହାର୍ବଲ୍ ପ୍ରଡକ୍ଟ୍ ପ୍ରସ୍ତୁତି ତଥା ସୋନ୍ଦର୍ଯ୍ୟକରଣ ଓ ପ୍ରସାଧନ ଉପରେ ଭାଗ ନେଇଥିବା ସମସ୍ତ ସଦସ୍ୟଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ଟ୍ରେନିଂ ଦେଇଥିଲେ ।ଟିଟିଲାଗଡ ନିବାସୀ ସ୍ନିଗ୍ଧା ପାଢ଼ୀ ଏହି ସମ୍ବନ୍ଧୀୟ ଉଚ୍ଚ ଶିକ୍ଷା ରାୟପୁର ଓ ଲଟିଏ ପୁନେ(ସିଦିସ୍କୋ)ଠାରୁ ପ୍ରାପ୍ତ କରି ନିଜ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ଏହି ଶିକ୍ଷା ମାଧ୍ୟମରେ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ ହେବା ପାଇଁ ପ୍ରେରଣା ଯୋଗାଉଥିବା ବେଳେ ଆଗକୁ ଆହୁରି ଏହିପରି ଆତ୍ମନିର୍ଭର କର୍ମଶାଳା ଆୟୋଜିତ କରିବେ ବୋଲି ପ୍ରକାଶ କରିଛନ୍ତି । ବିଶେଷତଃ କରୋନାରେ ନିଜର ଆୟ ହରାଇଥିବା ଇଚ୍ଛୁକ ମହିଳାଙ୍କୁ ମାଗଣାରେ ଶିକ୍ଷାଦାନ କରିବାର ବ୍ୟବସ୍ଥା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସୁଜାତା ସେଠ୍, ରାଗିଣୀ ଗୁପ୍ତା, ଆଲିୟା ଧନ୍ୱାନି, ସନ୍ଧ୍ୟା ଆଦବନି, ମନୋରମା ମାଝୀ ପ୍ରମୁଖ ସହଯୋଗ କରିଥିଲେ ।
Next Post