oom

ବେଦବ୍ୟାସ ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀମଦ୍ ଭଗବତ ଗୀତା ସାଂସ୍କୃତିକ ସମାଜ ତରଫରୁ ଗୀତା ଜୟନ୍ତୀ ଉପଲକ୍ଷେ ଦୀର୍ଘ ୪୦ବର୍ଷ ଧରି ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଦିବ୍ୟ ଧାମ ବେଦବ୍ୟାସ ଠାରେ ଘୃତାହୃତି ସହିତ ଭଜନ, ସଂକୀର୍ତ୍ତନ ଏବଂ ସତସଙ୍ଗ ପ୍ରଭୃତି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ପରମେଶ୍ଵର ଶତପଥୀ, ଶିବପ୍ରସାଦ ପାଠୀ ଓ କର୍ତ୍ତା ଭାବେ ଇଂ ଭରତ ଚନ୍ଦ୍ର ଦାସ ଦାୟିତ୍ଵ ତୁଳାଇଥିଲେ । ଯଜ୍ଞ ସମାପନ ପରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପି ପି ରାୟ, ଡ଼ଃ ଉମାକାନ୍ତ ପଣ୍ଡା, ବିଚିତ୍ରାନନ୍ଦ ସାହୁ, ଜ୍ଞାନ ରଂଜନ ମିଶ୍ର, ଅନ୍ତର୍ଯ୍ୟାମୀ ଦାସ, ଜ୍ୟୋତିର୍ମୟ ଦାସ, କେଦାରନାଥ ଗିରି, ରୁଦ୍ରାଶିଷ ମହାନ୍ତି, ସିଦ୍ଧାର୍ଥ ରାଉତ, ଦେବକୀ ଲାକ୍ରା, ବିଉଟି ଟିଗା, ସବିତା କୁଜୁର, ଖୁସି ରାୟ, ନିକିତା ଟପ୍ପୋ, ନମ୍ରତା ଲାକ୍ରା, ଅଞ୍ଜନା ମିଞ୍ଜ, ପତିତପାବନ ରଥ, ଶାନ୍ତି ସିଂହ, ଆର୍‌ ଏସ୍‌ ଚୌଧୁରୀ, ବି ନାୟକ, ଗୋପବନ୍ଧୁ ବାରିକ, ଶିଶିର ପ୍ରଧାନ, ଉଦ୍ଧବ ଚରଣ ପାଢ଼ୀ, ସୁବାସ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.