ଦେଶୀଆ ଭାଷାରେ ଚନ୍ଦ୍ରୟାନ-୩ର ଗୀତ

କୋଷାଗୁମୁଡା, (ଜଗନ୍ନାଥ ବିଷୋୟୀ) : କୋରାପୁଟିଆ ଦେଶୀଆ ଭାଷାରେ ଆଲବମ୍ ଗୀତ କରି ଚର୍ଚ୍ଚାରେ ରୁହନ୍ତି ନବରଙ୍ଗପୁରର ଯୁବକ ବିଶ୍ଵନାଥ । ଏବେ ତାଙ୍କ ଦ୍ଵାରା ନିର୍ମିତ ଦେଶୀଆ ଭାଷାର ଚନ୍ଦ୍ରୟାନ-୩ ଗୀତକୁ ନେଇ ଚର୍ଚ୍ଚା । ମିଶନ ଚନ୍ଦ୍ରୟାନ-୩ର ସଫଳତା ପରେ ଏବେ ତାଙ୍କ ଦ୍ୱାରା ନିର୍ମିତ କୋରାପୁଟିଆ ଗୀତ ଇତିହାସ ରଚିଲା ଭାରତ ଏହି ଗୀତ ୟୁଟ୍ୟୁବରେ ଦର୍ଶକଙ୍କ ମନକୁ ବେଶ୍ ଛୁଉଛି । ଗୀତରେ ଋଷ୍, ଚୀନ, ଆମେରିକା ଯାହା କରିପାରିଲାନି ତାହା ଭାରତ କରିଛି ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ତାହାକୁ ଗୀତ ମାଧ୍ୟମରେ ଦେଶୀଆ ଭାଷାରେ ବେଶ ଭଲ ଭାବରେ ବର୍ଣ୍ଣନା କରିଛନ୍ତି ଗୀତକାର ପବିତ୍ର ଜାଲ୍ ଏବଂ ଗୁପ୍ତେଶ୍ୱର ବିଶୋଇ ଏବଂ ଗୀତକୁ ମ୍ୟୁଜିକରେ ସଜାଇଛନ୍ତି ଯାଦବ ପାଇକ୍ ଏବଂ ଏହି ଗୀତକୁ ଡ଼ିରେକ୍ସନ ଦେଇଛୋନ୍ତି ବିଶ୍ଵନାଥ ବିଷୋୟୀ । ଏହି ଗୀତ ଜେବିଅର୍ ପ୍ରୋଡକ୍ସନ ୟୁଟ୍ୟୁବରେ ଅପଲୋଡ଼ ହେବାର ଅଳ୍ପ ସମୟ ମଧ୍ୟରେ ହିଁ ଭାଇରାଲ୍ ହେବାରେ ଲାଗିଛି ।

Leave A Reply

Your email address will not be published.