ଗଜବନ୍ଧର ପୂର୍ବତନ ସରପଞ୍ଚ ହତ୍ୟା ମାମଲା : ୪ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଗଜବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚଙ୍କ ସ୍ଵାମୀ ବଲ୍ଲଭ କ୍ଷେତିଙ୍କ ହତ୍ୟା ମାମଲାରେ ୪ ଅଭିଯୁକ୍ତ ଗିରଫ । ଅଭିଯୁକ୍ତମାନେ ହେଲେ ରାମପୁର ଥାନା ବ୍ରାହ୍ମଣୀପାଲି ଗ୍ରାମର ଯୋଗେଶ୍ୱର ଭୋଇ(୪୨ ବର୍ଷ), ପଣ୍ଡରାପାଲି ଗ୍ରାମର ଗୋବିନ୍ଦ ବେହେରା (୨୬ ବର୍ଷ), ଗଜବନ୍ଧ ଗ୍ରାମର ସୁଜେଇ ଧନ୍ୟଞ୍ଜୟ ପଶାୟତ (୪୦ ବର୍ଷ) ଏବଂ ହୃଷିକେଶ ବଗର୍ତ୍ତୀ (୫୪ ବର୍ଷ) । ସମସ୍ତଙ୍କୁ ସୋନପୁର ଜେଲ ହାଜତକୁ ପଠାଯାଇଛି । ଏନେଇ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଗତ ୧୧ ତାରିଖ ରାତିରେ ବଲ୍ଲଭ କ୍ଷେତି ଘରକୁ ଫେରୁଥିବା ବେଳେ କେନପାଲି ରାସ୍ତାରେ ତାଙ୍କୁ ଅଟକାଇ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ କିଛି ଲୋକ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘାଟଣର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପୁଲିସ ହତ୍ୟାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ରାମପୁର କୋର୍ଟକୁ ଚାଲାଣ କରିଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ସୋନପୁର ଜେଲ ହାଜତକୁ ପଠାଯାଇଥିବା ଏସପି କହିଛନ୍ତି ।

jittmm
Leave A Reply

Your email address will not be published.