lika

ଶ୍ରୀ ଶ୍ରୀ ନୃସିଂହନାଥ ସମଲେଶ୍ୱରୀ ମନ୍ଦିରରେ ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ ପାଳିତ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ସମଲେଶ୍ୱରୀ ମନ୍ଦିରଠାରେ ପାଇକମାଲ ବ୍ଲକ ଯାଦବ ସମାଜ ତରଫରୁ ଗିରିଗୋବର୍ଦ୍ଧନ ପୂଜା ପାଳିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ପୂଜାରେ କଳସ ଯାତ୍ରା, ଗିରିପୂଜନ, ଗୋ ଭୋଜନ, ଗଉଡ ବାଡିଖେଳ, ସଞ୍ଚାର ବାହାକ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜା କର୍ତ୍ତାଭାବେ ଭୁବନେଶ୍ୱର ଗ୍ରାମର ଭରତ ଛତର ଓ ପୂର୍ଣ୍ଣମୀ ଛତର ଦାୟୀତ୍ୱ ତୁଲାଇଥିଲେ । ପଣ୍ଡିତ ଜୟ କୁମାର ଆଚାର୍ଯ୍ୟ ପୂଜାକାର୍ଯ୍ୟ ସଂପନ୍ନ କରିଥିଲେ । ପୂଜା କମିଟିର ସଭାପତି ମଧୁସୂଦନ ପାଣ୍ତେ, ସଂପାଦକ ଗଙ୍ଗାଧର ବଗାର, ସମଲେଶ୍ୱରୀ ମନ୍ଦିର ସଭାପତି ସୁବାସ ହଂସ, ବ୍ଲକ ସଭାପତି ବନମାଳୀ ଚନ୍ଦନ, ସଂପାଦକ ବାଳକୃଷ୍ଣ ବନଛୋର, ପୂର୍ବତନ ଜିଲ୍ଲା ସଭାପତି ଡୋଲାମଣି ମାହାର, କୋଷାଧ୍ୟକ୍ଷ ମନୋହର ପୁଞ୍ଜି, ଉକଲ ହଂସ, ସୁରେଶ୍ଵର ଭୋଇ, ଗୋବର୍ଦ୍ଧନ ମାହାର, ଜୟଦେବ ମଟାରି, ଭାସ୍କର ଭୁଏ, ହରିଶ୍ଚନ୍ଦ୍ର ହଂସ, ଚୂଡାମଣି ବନଛୋର, ତ୍ରିଲୋଚନ ବନଛୋର, ଟିକେଲାଲ ମାହାର, ଲୋଚନ ପାଣ୍ତେ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ସଂକ୍ରି ଗ୍ରାମର ବାଡି ଖେଳ, କୃପାସିନ୍ଧୁ ପାଣ୍ତେ ଏବଂ ତାଙ୍କ ସାଥୀ, ସଞ୍ଚାର ବାହାକ ପଦ୍ମନାଭ ମାହାର ଓ ଗିରିଧାରି ବାଗ ପରିବେଷଣ କରିଥିଲେ ।

sandip
Leave A Reply

Your email address will not be published.