oum

ଖୁଟୁଲିମୁଣ୍ଡାରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

jsm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ପଟୁଆପାଲି ପଂଚାୟତ ଅନ୍ତର୍ଗତ ଖୁଟୁଲିମୁଣ୍ଡା ଗ୍ରାମ ନିକଟସ୍ଥ ରମାଇ ପାହାଡ ପାଦଦେଶରେ ଥିବା ହନୁମାନ ମନ୍ଦିରରେ ଗିରିଗୋବର୍ଦ୍ଧନ ପୂଜା ଓ ଅଷ୍ଟ ପ୍ରହରୀନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଦୀପାବଳି ଦିନ ନାମଯଜ୍ଞ ପାଇଁ ଅଧିବାସ ଓ କଳସ ଯାତ୍ରା ହୋଇଥିଲା । ଶୁକ୍ରବାର ଗୋବର୍ଦ୍ଧନ ପୂଜା ହୋଇ ଦିନ ୧ ଘଣ୍ଟା ସମୟରେ ନାମଯଜ୍ଞ ଆରମ୍ଭ ହୋଇଥିଲା । ଯାହାକି ଶନିବାର ଦିବା ୧ ଘଣ୍ଟା ସମୟରେ ପୂର୍ଣ୍ଣାହୂତୀ ହୋଇଥିଲା । ପ୍ରତି ବର୍ଷ ଗ୍ରାମର ଗଉନ୍ତିଆ ଶଶିଭୂଷଣ ବିଶ୍ୱାଲ ଓ ତାଙ୍କ ସ୍ତ୍ରୀ ଗୋବର୍ଦ୍ଧନ ପୂଜାରେ କର୍ତ୍ତା ଭାବେ ରହୁଥିଲେ କିନ୍ତୁ ଚଳିତ ବର୍ଷ ଶରୀର ଅସୁସ୍ଥ ସକାଶେ ତାଙ୍କ ଭାଇ ଶରତ ବିଶ୍ୱଲ ଓ ତାଙ୍କ ସ୍ତ୍ରୀ ପୂଜା କାର୍ଯ୍ୟ ତୁଲାଇଥିଲେ । ଲଳିତ ମୋହନ ଭୂଏ ଓ ତାଙ୍କ ସ୍ତ୍ରୀ ମନ୍ଦିରଠାରେ ପୂଜା କର୍ତ୍ତା ଭାବେ ରହିଥିଲେ । ପାହାଡ଼ ପାଦ ଦେଶରେ ଆୟୋଜିତ ଅନ୍ନ କୋଟ ସମାରୋହରେ ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ସାମିଲ ହୋଇ ଅନ୍ନପ୍ରସାଦ ଗ୍ରହଣ କରିଥିଲେ । ଉକ୍ତ ପୂଜା କାର୍ଯ୍ୟକ୍ରମରେ ଖୁଟୁଲିମୁଣ୍ଡାଗ୍ରାମର ସମସ୍ତ ଗ୍ରାମବାସୀ ତଥା ଆଖପାଖ ଅଞ୍ଚଳର ଗ୍ରାମବାସୀଙ୍କ ବିଶେଷ ସହଯୋଗ ରହିଥିଲା ।

Leave A Reply

Your email address will not be published.