ଅର୍ଥାଭାବ ହେତୁ ଚିକିତ୍ସିତ ହୋଇପାରୁ ନାହାନ୍ତି ଗିରିଧାରି ତାଣ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନସ୍ଥ ପଲସଦା ଗ୍ରାମ ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମରେ ଗିରିଧାରି ତାଣ୍ତି (୭୦) ଏକ ଅଜଣା ରୋଗରେ ରୋଗାକ୍ରାନ୍ତ ହୋଇ ଖଟରେ ପଡି ରହିଛନ୍ତି । ସେ ଜଣେ ମଧୁମେହ ରୋଗୀ ଅଟନ୍ତି । ଆଜକୁ ୩ ମାସ ହେଲା କରୋନା ଭେକ୍ସିନ ନେଇ ସାରିଲା ପରେ ତିନିଦିନ ଜ୍ୱର ହେଲା ଓ ଦୁଇ ଗୋଡର ପାଦ ସମ୍ପୂର୍ଣ୍ଣ କଳାରଙ୍ଗ ହୋଇଗଲା ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସେହି ଦୁଇ ଗୋଡର ପାଦ ଚମଡା ଫାଟି ଯାଇ ଘା’ରେ ପରିଣତ ହେବାକୁ ବସିଲାଣି । ତେବେ ଚିକିତ୍ସା କରିବା ପାଇଁ ଅର୍ଥ ବାଧକ ସୃଷ୍ଟି କରିଛି । ଘରେ ଯାହାଥିଲା ପଇସା ଚିକିତ୍ସାରେ ଖର୍ଚ୍ଚ ହୋଇ ଗଲାଣି । ମାତ୍ର କୌଣସି ଫଳ ମିଳିନାହିଁ । ଖଟରେ ପଡି ରୋଗୀ ଛଟପଟ ହେଉଛନ୍ତି । ତାଙ୍କର ୨ଟି ପୁଅ ଯାହା ରୋଜଗାର କରନ୍ତି ତାହା ପେଟ ପାଟଣାକୁ ନିଅଣ୍ଟ । ଯଦି ବ୍ଲକ ପ୍ରଶାସନ ଅଥବା ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଅର୍ଥ ମିଳନ୍ତା, ତେବେ ଚିକିତ୍ସା କରିବା ପାଇଁ କୌଣସି ବଡ ଡାକ୍ତରଖାନାକୁ ନେଇଯିବୁ ବୋଲି ତାଙ୍କ ସ୍ତ୍ରୀ ଆକୁଳ ନିବେଦନ କରିଛନ୍ତି । ତେଣୁ ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ଦେଇ କିଛି ଅର୍ଥ ସାହାଯ୍ୟ କରନ୍ତେ, ତେବେ ରୋଗୀ ଟି ବଞ୍ଚି ଯାଆନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.