୧୬ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଯାପିତ : ବୋଟିଙ୍ଗର ମଜା ଉଠାଇଲେ ପର୍ଯ୍ୟଟକ

  • ପ୍ରବଳ ଭିଡ ଯୋଗୁଁ ଫେରିଗଲେ ଶତାଧିକ ପର୍ଯ୍ୟଟକ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟା ଗାଈଖାଇ ପାହାଡରେ ଗତ ୧୬ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ତାହା ଉଦ୍‌ଯାପିତ ହୋଇଯାଇଛି । ୨୦୦୭ ମସିଆରେ ସ୍ୱର୍ଗତ ବ୍ରହ୍ମାଶଙ୍କର ସାହୁ ଓ ପଣ୍ଡିତ ପ୍ରକାଶ ଦାଶଙ୍କ ଉଦ୍ୟମରେ ପଂଚ ଗ୍ରାମ୍ୟ କମିଟି ଭକ୍ତଙ୍କ ଦ୍ୱାରା ଏହା ଆରମ୍ଭ ହୋଇଥିଲା । ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଏଥିରେ କଳସ ଶୋଭାଯାତ୍ରା ସହ ଗୋ, ବାଟ ଠାକୁରାଣୀ ପାଟଣେଶ୍ୱରୀ, ହନୁମାନ ଓ ଗିରି ପୂଜନ ଅନୁଷ୍ଠିତ ହୋଇଥିଲା । ଷୋହଳ ପ୍ରହର ନାମଯଜ୍ଞ ଏବଂ ପ୍ରତ୍ୟହ ଭାଗବତ ପଠନ ଓ ଭଜନ ଅନୁଷ୍ଠତ ହୋଇଥିଲା । ଏଥିରେ ଗଙ୍ଗାଶଙ୍କର ସାହୁ ଓ ସନ୍ଧ୍ୟା ସାହୁ, ନିରୋଜ ବିଶ୍ୱାଲ ଓ ପିଙ୍କି ବିଶ୍ୱାଲ, ମିନକେନ ଭୁଏ ଓ ଉଷା ଭୁଏ କର୍ତା ରହିଥିଲେ । ପ୍ରକାଶ ଦାଶ ରାଧେଶ୍ୟାମ ମିଶ୍ର ଓ କାହ୍ନା ମିଶ୍ର ପୂଜା ଅର୍ଚ୍ଚନ ସହ ହୋମ ଯଜ୍ଞାଦି କାର୍ଯ୍ୟ କରିଥିଲେ । ଏଥିରେ ପ୍ରବଳ ଭିଡ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଆନନ୍ଦ ବଜାରରେ ମାଗଣା ପ୍ରସାଦ ବଂଟନ କରାଯାଇଥିଲା । ସାଲେଭଟା, ଖଲିଆପାଲି, ଦାନିପାଲି, ଲୁହୁରାମୁଣ୍ଡା ଓ ଝାରବନ୍ଧଲି ପଂଚ ଗ୍ରାମ୍ୟ କମିଟି ଏହାକୁ ପରିଚାଳନା କରିଥିଲେ । ଗାଈଖାଇ ପାହାଡର ସବୁଜ ବନାନୀ ମନୋହର ଦୃଶ୍ୟ, ଗାଈଖାଇ ଡ୍ୟାମ ବୋଟିଂ ପାଇଁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିଲା । ଦିନ ସାରା ପ୍ରବଳ ଭିଡ ଲାଗି ରହିଥିଲା ବୋଟିଙ୍ଗର ବେଶ ଭରପୁର ମଜା ଉଠାଉଥିବା ଦେଖିବାକୁ ମିଳିଥିଲା । ଅଘଟନକୁ ହାଟାଇବା ପାଇଁ ସଂଧ୍ୟା ଯୋଗୁଁ ୫ଟାରୁ ଏହା ବନ୍ଦ ରହୁଥିବାରୁ ଗିରିଗୋବର୍ଦ୍ଧ ମହୋତ୍ସବ ପାଇଁ ପ୍ରବଳ ଭିଡଯୋଗୁଁ ଶତାଧିକ ନିରାଶ ହୋଇ ଫେରି ଯିବା ପରି ଘଟଣା ଦେଖିବାକୁ ମିଳିଛି । ଦର୍ଶକ ଓ ପର୍ଯ୍ୟଟକମାନଙ୍କ ଯେପରି କିଛି ଅସୁବିଧାନ ହୁଏ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବାକୁ ବିଶେଷ ପଦକ୍ଷେପ ନିଆଯାଇଛି । ସାଲେଭଟା ଗାଈଖାଇ ଇକୋ ଟୁରିଷ୍ଟ ଫରେଷ୍ଟର ବିମ୍ବାଧର ବେହେରା ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.