oom

ଭୀମ ପାହାଡ଼ରେ ୧୭ତମ ଗିରି ଗୋବର୍ଦ୍ଧନ ପୂଜା ଓ କଂସ ଦରବାର ଉଦ୍‌ଯାପିତ

jsmm
  • ଭୀମକଟାରେ ହେଲା ରାଧାକୃଷ୍ଣଙ୍କ ନାବକେଲି, ଶେଷ ସନ୍ଧ୍ୟାରେ କଂସ ବଧ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୩ତାରିଖ ଠାରୁ ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ପର୍ଯ୍ୟଟନସ୍ଥଳୀର ଭୀମ ପାହାଡ଼ରେ ଆରମ୍ଭ ହୋଇଥିବା ୧୭ତମ ଗିରି ଗୋବର୍ଦ୍ଧନ ପୂଜା, କଂସ ଦରବାର ଓ ଚବିଶ ପ୍ରହରୀ ନାମଯଜ୍ଞ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପ୍ରତିଦିନ ରାତିରେ କେବଳ ଦେଓଗାଁ ବ୍ଲକ ସହ ବଲାଙ୍ଗିର ଜିଳ୍ଲା ତଥା ପଡ଼ୋଶୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଆସୁଥିବା ଦର୍ଶକ ବେଶ ମନ ଉପଭୋଗ କରିଯାଉଥିଲେ । ମୁଖ୍ୟ ଅତିଥି ଭାବେ ଭୀମ ପାହାଡ ମହୋତ୍ସବର ପ୍ରତିଷ୍ଠାତା ଲକ୍ଷ୍ମଣ ମେହେର, ସମ୍ମାନିତ ଅତିଥି ଭାବେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳ, ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ସାମ୍ବାଦିକ କିଶୋର ସାହୁ, ହେମାଙ୍ଗିନୀ ସାହୁ, ସ୍ଥାନୀୟ ସରପଞ୍ଚ ଜାନକୀ ସାହୁ, ସମିତି ସଭ୍ୟ ଅଭିମନ୍ୟୁ ମାଝୀ, ରାଜେଶ ନାଏକ, ଗୋବର୍ଦ୍ଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶୁକ୍ରବାର ଦିନ ଭୀମ ପାହାଡ଼ର ପାଦ ଦେଶରେ ଥିବା ବିରାଟକାୟ ଜଳାଶୟରେ ରାଧା କୃଷ୍ଣଙ୍କ ନାବକେଲି ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ଏହାକୁ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଉପଭୋଗ କରିଥିଲେ । କଂସ ଭୂମିକାରେ ରବିନ୍ଦ୍ର ସାହୁ (ଲୋଇସିଂହା) ଅଭିନୟ କରିଥିବା ବେଳେ ମହାମନ୍ତ୍ରୀ ଭୂମିକାରେ ଗଜାଧର ପୁଟେଲ, ସେନାପତି ହେମନ୍ତ ପଧାନ ଓ ଶୁଭମ୍‌ ସାହୁ, ଚାଣ୍ଡୁର ଜଗଦିଶ ମହାର, ଦୂତ ରେକି ପୁତୁନା ମଧୁ ରାଉତ, ଉଗ୍ରେସନ ପଙ୍କଜ କର୍ଣ୍ଣ, ଦେବକୀ ଭୂମିକାରେ ଦୀପା (ପୁରୀ) ଅଂଶ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାର ଐତିହ୍ୟ ଓ ସଂସ୍କୃତିର ପୁନଃ ଉଦ୍ଧାର ତଥା ମକୁନ୍ଦପୁର ପଞ୍ଚାୟତର ରୁଗୁଡ଼ାପାଲି ନିକଟରେ ଥିବା ପର୍ଯ୍ୟଟନସ୍ଥଳୀ ଭୀମ ପାହାଡ଼ ପ୍ରଚାର ପ୍ରସାର ପାଇଁ ଭୀମ ପାହାଡ଼ର ପାଦଦେଶରେ ଅନୁ‌ଷ୍ଠିତ ହେଉଛି ପବିତ୍ର ଗିରି ଗୋବର୍ଦ୍ଧନ ପୂଜା । ବହୁ ପ୍ରତିକ୍ଷିତ ୧୭ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେରେ ହଜାର ହଜାର ଲୋକ ଉପଭୋଗ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଯାତ୍ରା ଆୟୋଜିତ ହୋଇଥିଲା ।

jittmm
Leave A Reply

Your email address will not be published.