କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଗ୍ରାମର ନୂଆପଡା ସ୍ଥିତ ଖେଳପଡିଆ ପାଖରେ ଗିରି ଗୋବର୍ଦ୍ଧନ ପୂଜା ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଏହି ପୂଜାରେ ପ୍ରତିଦିନ ଅନ୍ନପ୍ରସାଦ ଭକ୍ତମାନଙ୍କୁ ଦେବା ସହିତ ପ୍ରତିସଂନ୍ଧ୍ୟାରେ ଦଣ୍ଡନୃତ୍ୟ, ପାଲା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କମିଟିର ସଭାପତି ଦିଲ୍ଲୀପ ମାଝୀ, ସଂପାଦକ ମନୋଜ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରିଙ୍କୁ ପ୍ରଧାନ, ପରାମର୍ଶଦାତା ପ୍ରକାଶ ସେଲମା, ସଭ୍ୟ ଡୋଳା ନାଗ, ପପୁ ପୁଟେଲ, ରଜୁ ଭୋଇ, ସମଲପୁରିଆ, ଟୁନୁ ମାଝୀ ସହଯୋଗ କରିଥିଲେ ।