ବିଭିନ୍ନ ସ୍ଥାନରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ବେଲପଡା ଗାଁରେ ଜୋନ ସ୍ତରୀୟ ଗିରି ଗୋବର୍ଦ୍ଧନା ପୂଜା ଅନୁଷ୍ଠିତ ହୋଇଥିଲା । ବେଳପଡା ଶିବ ମନ୍ଦିରଠାରୁ ୧୦୮ କଳସ ଆଣି ପୂଜା ସ୍ଥଳରେ ସ୍ଥାପନ କରିଥିଲେ । ଏଥିରେ କର୍ତ୍ତା ଭାବେ ନାରାୟଣ ଜାଲ ଓ ତାଙ୍କ ସହଧର୍ମିଣୀ ଡାଲିମ୍ବ ଜାଲ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ବିହାରି ସଗରିଆ ଦାୟିତ୍ୱ ନିର୍ବାହ କରିଥିଲେ । ଆୟୋଜକ କମିଟିର ସଭାପତି ତଥା ବେଳପଡା ପଂଚାୟତ ସରପଂଚ ଖରତ ବାଗ, ସମ୍ପାଦକ ନରେଶ ସଗରିଆ, କୋଷାଧ୍ୟକ୍ଷ ନରିନ ପୋଡ, ତ୍ରିବିକ୍ରମ ବଚ୍ଛା, ଖୀରସିନ୍ଧୁ ବଚ୍ଛା, ଦେବରାଜ ପୋଡ, ଜଗଦିଶ ପୋଡ, ନକୁଲ ବନଛୋର, କମ୍ବୁପାଣି ପୋଡ, ବୈଷ୍ଣବ ପୋଡ, ରସିକ ପୋଡ, ଯୋଗେନ୍ଦ୍ର ବଚ୍ଛା, ମକୁନ୍ଦ ପୋଡ, ଛବିଳ ପୋଡ, ବ୍ରଜମୋହନ ପୋଡ, କାନ୍ଥ ସଗରିଆ, ସୁଦାମ ସଗରିଆ ପ୍ରମୁଖଙ୍କ ସହ ଭାଲୁମୁଣ୍ଡା, ବେଲପଡା, ଯୁରାବନ୍ଦ ପଂଚାୟତ ଅଂଚଳର କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇଥିଲେ । ନଗର ପରିକ୍ରମା ସହ ଗଉଡ ବାଡି ଖେଳ ହୋଇଥିଲା । ଭଜନ ପରିବେଷଣ ହୋଇଥିବାରୁ ଗୋଟିଏ ପ୍ରକାର ଏହି ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସେହିପରି ଚୁଲିଫୁଙ୍କା ପଂଚାୟତ ସାହାଜୋଟ ଗାଁରେ ଗିରି ଗୋବର୍ଦ୍ଧନ ପୂଜା ସହ ଅଷ୍ଟ ପ୍ରହରୀ ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ଖଲିଆମୁଣ୍ଡାରୁ ବିରାଟ ଶୋଭାଯାତ୍ରାରେ ବାହାରି କଲସ ଆଣି ପୂଜା ସ୍ଥଳରେ ସ୍ଥାପନ କରିଥିଲେ । ଏହି ନାମଯଜ୍ଞରେ ସାହାଯୋଟ, ଭତାଶର, ଚନୁଟମାଲ, ସାଗୁନଭାଡି, ନେହେନା, ନୁଆଗୁଡା ପ୍ରମୁଖ ଗାଁର ସଂକୀର୍ତ୍ତନ୍ୟ ଦଳ ଅଂଶ ଗ୍ରହଣ କରି ପ୍ରଭୂ ନାମ ଗାନ କରିଥିଲେ । ଏଥିରେ କର୍ତ୍ତା ଭାବେ ପବିତ୍ର ଘିଭେଲା ଓ ତାଙ୍କ ସହ ଧର୍ମିଣୀ ବନିତା ଘିଭେଲା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବେ ଶୈଳ ଶତପଥୀ ଦାୟିତ୍ୱ ତୁଳାଇଥିଲେ । ଆୟୋଜକ କମିଟିର ସଭାପତି ଧନସିଂ ନାଗ, ଉପସଭାପତି ବିପିନ ଘିଭେଲା, ସମ୍ପାଦକ ହିମାଂଶୁ ବାଗ, ଯୁଗମ ସମ୍ପାଦକ ମନୋଜ ହଂସ, କୋଷାଧ୍ୟକ୍ଷ ଲୋକେଶ୍ୱର ଭାଟି, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଖର୍ସେଲ, କୈଲାସ ଦାସ, ଦେବେନ୍ଦ୍ର ଦାସଙ୍କ ସହ ଗ୍ରାମବାସୀମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ସେହିପରି ମୁରିବାହାଲ ବ୍ଲକ ଡଙ୍ଗରପଡା ପଂଚାୟତର କୋକଡୁଙ୍ଗରିଠାରେ ପଂଚସଖା ସତସଙ୍ଗ କମିଟି ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ଡଙ୍ଗରପଡା ଗାଁର ଲିମବନ୍ଧଠାରୁ ୧୦୮ କଲସ ଆଣି ପୂଜା ସ୍ଥଳରେ ସ୍ଥାପନ କରିଥିଲେ । କର୍ତ୍ତା ଭାବେ ନରେନ୍ଦ୍ର ଜାନୀ ଓ ତାଙ୍କ ସହଧର୍ମିଣୀ ଡାଣ ଜାନୀ ଦାୟିତ୍ୱ ତୁଳାଇଥିବା ବେଳେ ପୂଜକ ଭାବେ ବୃନ୍ଦାବନ ପାଢୀ, ଜପକ ମହେନ୍ଦ୍ର ପାଣିଗ୍ରାହୀ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ନାମଯଜ୍ଞରେ ଡଙ୍ଗରପଡା, ଲିମପଡା, ଜାମୁଟଝୁଲ୍ଲା, ଦନ୍ଦରା, ଜାମୁଟ, ଗୋଇମୁଣ୍ଡ, ମୁଡାଗା, ଝରବାହାଲି, ମୋହରା, ପାଟଣାଗଡ, ଗଞ୍ଜିଆପଡା ପ୍ରମୁଖ ସଂକୀର୍ତ୍ତନ୍ୟ ଦଳ ଅଂଶ ଗ୍ରହଣ କରି ପ୍ରଭୂ ନାମ ଗାନ କରିଥିଲେ । ଏଥିରେ ଆୟୋଜକ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.