ମୁଣ୍ଡ ବିହୀନ ଶବ ମିଳିବା ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଉପକଣ୍ଠରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଚନ୍ଦକା ଥାନା ପୋଲିସ ଗିରଫ କରିଥିବା ବେଳେ ସେପଟେ ମହିଳା ଜଣଙ୍କ ମଞ୍ଚେଶ୍ୱର ଥାନା ଅଞ୍ଚଳର ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୪ତାରିଖ ଦିନ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରେ ଏକ ବୁଦା ମୂଳରୁ ମହିଳାଙ୍କ ମୃତଦେହ ମିଳିଥିଲା । ତେବେ ମହିଳାଙ୍କ ପରିଚୟ ପାଇବା ଲାଗି ଭୁବନେଶ୍ୱର ଆଖପାଖ ଅଞ୍ଚଳ ଓ ଜିଲ୍ଲାରେ ମଧ୍ୟ ପୋଷ୍ଟର ଲଗାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ପୋଷ୍ଟରରେ ମହିଳାଙ୍କ ଉଚ୍ଚତା, ବୟସ, ଡ୍ରେସ, ଟାଟୁର ଚିହ୍ନ ରହିଥିଲା । ଘଟଣାକୁ ନେଇ ପୋଲିସ ମଧ୍ୟ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏପରିକି ଘଟଣାରେ ତଥ୍ୟ ହାସଲ ପାଇଁ ପୋଲିସ ୨ ଥର ପୋଷ୍ଟମର୍ଟମ କରିଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ମହିଳା ଜଣଙ୍କ ଗର୍ଭବତୀ ଥିବା ଜଣାପଡିଥିଲା । ତେବେ ଇତିମଧ୍ୟରେ ଘଟଣାକୁ କିଛି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ଟେର୍‌ ପାଇନଥିଲା । ପରେ ଗୁରୁବାର ଦିନ ମହିଳାଙ୍କ ପରିଚୟ ପୋଲିସ ହସ୍ତଗତ ହୋଇଥିବା ନେଇ ଖବର ଆସିଥିଲା । ଏବଂ ହତ୍ୟାକାଣ୍ଡ ସଂପର୍କରେ କମିଶନରେଟ ପୋଲିସ ପ୍ରେସମିଟ୍‌ ଜରିଆରେ ସୂଚନା ଦେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.