ବ୍ରାଉନସୁଗାର ଜବତ : ୧ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହାବେଳିପଡ଼ିଆରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ସହ ସିଦ୍ଧାର୍ଥ ନାୟକ(୨୩) ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି ଥିବା ଜଣାପଡିଛି । ସୂଚନା ଅନୁସାରେ, ତାଙ୍କ ଘର ଖୋର୍ଦ୍ଧାର କମନବର ହରିଜନ ସାହିରେ । କୌଣସି ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ସିଦ୍ଧାର୍ଥଙ୍କଠାରୁ ୧କେଜି ୧୫୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହିତ ଏକ ବାଇକ୍‌ ଜବତ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!