ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ୨ଗିରଫ

ଭୁବନେଶ୍ୱର : ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ୨ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ଦ୍ୱୟ ହେଲେ, ଧଉଳି କଲ୍ୟାଣପୁରର ପ୍ରଶାନ୍ତ କୁମାର ଭୋଇ ଓ ଜାଗମରା ଭୋଇସାହିର ରାମଚନ୍ଦ୍ର ଭୋଇ । ସୂଚନା ଅନୁସାରେ ଭରତପୁର ଥାନାର ପିସିଆର-୩୫ ତପୋବନ ବସ୍ତି ନିକଟରେ ପେଟ୍ରୋଲିଂ କରୁଥିଲା । ସେଠାରେ ପ୍ରଶାନ୍ତ ଓ ରାମଚନ୍ଦ୍ର ଏକ ବାଇକ୍‌ରେ ବସିଥିଲେ । ଉଭୟ ପୁଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଗାଡ଼ିକୁ ପଥର ଫୋପାଡ଼ି ଆମ୍ରି ହସ୍ପିଟାଲ୍ ଆଡ଼କୁ ପଳାଇଥିଲେ । ପରେ ପିସିଆର୍ କର୍ମଚାରୀମାନେ ତାଙ୍କୁ ପିଛା କରି କାବୁ କରିଥିଲେ ।

Leave A Reply

Your email address will not be published.