ବିପୁଳ ପରିମାଣର ନକଲି ବିଦେଶୀ ମଦ ସହ ୫୩ ଲିଟର ମହୁଲି ମଦ ଜବତ : ୫ ଗିରଫ

ପାଟଣା : ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା ଅବକାରୀ ଅଧୀକ୍ଷକ ନାରାୟଣ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତକାଲି ଭ୍ରାମ୍ୟମାଣ ଅବକାରୀ ଦଳର ନିରୀକ୍ଷକ ଚନ୍ଦନ ମଣ୍ଡଳଙ୍କ ନେତୃତ୍ୱରେ ପାଟଣା, ତୁରୁମୁଙ୍ଗା ଓ ଟାଉନ ଥାନା ଅଞ୍ଚଳରେ ଅବକାରୀ ଚଢାଉ କରାଯାଇ ବିପୁଳ ପରିମାଣର ନକଲି ବିଦେଶୀ ମଦ ସହ ୫୩ ଲିଟର ମହୁଲି ମଦ ଜବତ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଟାଉନ ଥାନା ଘୁଟୁରୁ ଗ୍ରାମରେ ଚଢ଼ାଉ କରି ଟିକସ ଶୁଳ୍କ ପୈଠ ବିହୀନ ୧୮ ପେଟି ନକଲି ବିଦେଶୀ ମଦ ଜବତ କରାଯିବା ସହ ଏହି ମଦ ରଖିଥିବା ପଙ୍କଜ କୁମାର ସେଠୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ସେହିପରି ପାଟଣା ବ୍ଲକ ଅନ୍ତର୍ଗତ ଚିଲିଦା ଓ ଆଖପାଖ ଗ୍ରାମରୁ ମୋଟ ୫୩ ଲିଟର ଚୋରା ମହୁଲି ମଦ ଜବତ କରାଯିବା ସହ ୪ ଜଣକୁ ଗିରଫ କରାଯାଇଛି ।

Leave A Reply

Your email address will not be published.