ଅବକାରୀ ବିଭାଗର ଚଢ଼ାଉ : ଗଞ୍ଜେଇ ସହ ଜଣେ ଗିରଫ

ସିନାପାଲି, (ନିରାକାର ମେହେର) : ଖଡ଼ିଆଳ ଓ ସିନାପାଲି ଅବକାରୀ ବିଭାଗର ମିଳିତ ଉଦ୍ୟମରେ ମିଳିଛି ଏକ ବଡ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷ୍ୟକଙ୍କ ନିର୍ଦ୍ଦେଶ କ୍ରମେ ଖଡ଼ିଆଳ ଓ ସିନାପାଲି ଅବକାରୀ ବିଭାଗ ସିନାପାଲିର ମନ୍ଦିରପଡାର ଏକ ଘରେ ଚଡାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ବ୍ୟବସାୟୀ ଜଣକ ହେଲେ ସିନାପାଲି ମନ୍ଦିରପଦାର ମାଧବ ମେହେର ବୋଲି ଜଣାପଡିଛି । ଜବତ ଗଞ୍ଜେଇର ପରିମାଣ ୩୫ରୁ ୪୦ କିଲୋଗ୍ରାମ ହୋଇଥିବା ବେଳେ ତାର ଅନୁମାନିକ ବଜାର ମୂଲ୍ୟ ଚାରିରୁ ପାଞ୍ଚ ଲକ୍ଷ ଟଙ୍କା ହେବ ବୋଲି ଖଡ଼ିଆଳ ଅବକାରୀ ବିଭାଗରୁ ସୂଚନା ମିଳିଛି । ନୂଆପଡା ଜିଲ୍ଲାରେ ନିଶା କାରବାର ବ୍ୟାପକ ମାତ୍ରାରେ ଚାଲିଥିବା ବେଳେ ବ୍ୟବସାୟୀମାନେ ପୋଲିସ ଓ ଅବକାରୀ ବିଭାଗକୁ ହାତବରୀଶ କରି ମାଲେମାଲ ହେଉଥିବା ଚର୍ଚ୍ଚା ହେଉଛି । ନିଜ ଉପସ୍ଥିତିକୁ ଜାହିର କଳା ଭଳି ପୋଲିସ ଓ ଅବକାରୀ ବିଭାଗ କିଛି ବ୍ୟବସାୟୀଙ୍କୁ କାବୁ କରି ନିଜ ଦାୟିତ୍ୱ ସେଇ ଦେଉଛନ୍ତି । ହେଲେ ମୁଖ୍ୟ ନିଶା ବ୍ୟବସାୟୀମାନେ ବାଦ୍‌ ପଡୁଥିବା ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.