ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍ ଘଟଣାରେ ୬ ଅଭିଯୁକ୍ତ ଗିରଫ

କରଞ୍ଜିଆ : ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ୩୦ହଜାର ଟଙ୍କା ଲୁଟ୍ କରିବା ଘଟଣାରେ ୬ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ୬ ଆନ୍ତରାଜ୍ୟ ଡକାୟତଙ୍କୁ ଧରି କୋର୍ଟ ଚାଲାଣ କଲା କରଞ୍ଜିଆ ପୋଲିସ । ଗିରଫ ଅଭିଯୁକ୍ତମାନେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗରେ ସାମିଲ ହୋଇ ବିଭିନ୍ନ ଜାଗାରେ ଲୁଟ କରିଥିବା ନେଇ ପୋଲିସ ସୂଚନା ଦେଇଛି । ଗତ ଏପ୍ରିଲ ୧୪ ତାରିଖରେ ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ପେଟ୍ରୋଲ ପମ୍ପ ନିକଟରୁ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିଲା ।

ସୂଚନାନୁଯାୟୀ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଯଶିପୁରର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଡ୍ରାଇଭର । ସେ ଗତ ଏପ୍ରିଲ ୧୪ ତାରିଖରେ ଲୁଟ୍‌ରେ ସାମିଲ ଥିବା ଜଣାପଡ଼ିଛି । ସେହିପରି ଗତ ୧୦ ତାରିଖ ଦିନ ୬ଜଣ ଡକାୟତ ସିଙ୍ଗଡା ଜଙ୍ଗଲ ନିକଟରେ ଲୁଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ସେଠାରୁ ମାତ୍ର ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅନ୍ୟ ତିନି ଜଣ ସେଠାରୁ ଖସି ଯାଇଥିବା ବେଳେ କରଂଜିଆ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ତେବେ ଏ ସମ୍ପର୍କରେ ଜଶିପୁର ବିଧାୟକଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.

error: Content is protected !!