ସୋହେଲା ପୋଲିସ ଦ୍ୱାରା ତିନି ସଟ୍ଟା ଡନ ଗିରଫ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସୋହେଲା ପୋଲିସ ଦଶମାଇଲ ଛକ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ସୋହେଲା ଥାନା ଅଧିକାରୀ ଶଶୀଭୂଷଣ ମିଶ୍ରଙ୍କ ନେତୃତ୍ୱରେ ଚଢାଉ କରି ତିନି ଜଣ ସଟ୍ଟା ଡନକୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ସହ ଗୋଟିଏ ବାଇକ ଯାହାର ନମ୍ବର ଓଡ଼ି-୧୭-ଏସି- ୧୭୬୦, ନଗଦ ୨୦୦୨୦ ଟଙ୍କା, ତିନିଟି ସ୍ମାର୍ଟ୍ ଫୋନ୍, ଗୋଟିଏ ଛୁରୀ ଜବତ କରିବା ସହ ଅଭିଯୁକ୍ତ ଦଶମାଇଲର ରଞ୍ଜିତ ଭୁଏ, କେନାଲପଡ଼ା ଟାଉନଥାନା ବରଗଡର ଚକା ନୟନ ମେହେର ଓ ଡାକ୍ତର ମେହେରକୁ ଗିରଫ କରିବା ସହ ସୋହେଲା ଥାନାରେ କେସ୍‌ ନଂ- ୭୦/୨୫ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.