om academy

ହାତୀ ଦାନ୍ତ ଜବତ, ୧ ଗିରଫ

jsm

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଘଟଗାଁ ଥାନା ମେଲାଣ ଗ୍ରାମ ନିକଟ ଏନ୍‌ଏଚ୍‌ ୨୦ ନିକଟରୁ ବନ ବିଭାଗ ଜଣେ ହାତୀ ଦାନ୍ତ ଚୋରଙ୍କୁ ଗିରଫ କରିଥିବା ଜଣାପଡିଛି । ତାଙ୍କ ଠାରୁ ୧୦.୧୬୦ କିଲୋର ଆଠ ଖଣ୍ଡ ହାତୀ ଦାନ୍ତ ଜବତ କରିଥିବା ବେଳେ ସେଥିରୁ ଦୁଇଟି ପୂରା ଦାନ୍ତ ରହିଥିବା ବନ ବିଭାଗ ସୂଚନା ଦେଇଛି । ଗିରଫ ବ୍ୟକ୍ତି ଜଣକ ମୟୂରଭଞ୍ଜ ଜିଲ୍ଲା କେନ୍ଦୁମୁଣ୍ଡି ଗ୍ରାମର ବୋଲି ଜଣାପଡ଼ିଛି । ତେବେ ଏହି ଦାନ୍ତ କେଉଁଠୁ ଆସିଲା, କେଉଁଠି ହାତୀ ଶିକାର ହୋଇଥିଲା ତାହାର ତଦନ୍ତ ବନ ବିଭାଗ କରୁଥିବା ଜଣାପଡିଛି ।

Leave A Reply

Your email address will not be published.