ରେଞ୍ଜରଙ୍କ ସମେତ ୬ ବନ କର୍ମଚାରୀ ଗିରଫ

ଆଠଗଡ଼ : ବନ ବିଭାଗ ହେପାଜତ ମାଡରେ ଧନେଶ୍ଵର ବେହେରା ମୃତ୍ୟୁ ଘଟଣାରେ ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅନ୍ୟ କର୍ମଚାରୀମାନେ ହେଲେ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ ପ୍ରଧାନ । ଏହି ମାମଲାରେ ୨ଟି ବୋଲେରୋ ସହ ମାଡ଼ ମାରିବାରେ ବ୍ୟବହୃତ ୪ଟି ଠେଙ୍ଗା ଜବତ କରାଯାଇଛି । ଏନେଇ ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.