oom

କୁଳଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ, ବନ୍ଧୁକ ଜବତ

jsmm

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରୁ ଜଣେ ଶିକାରୀଙ୍କୁ ଗିରଫ କରାଯିବା ସହ ବନ୍ଧୁକ ବନ ବିଭାଗ ଜବତ କରିଥିବା ଖବର ମିଳିଛି । ଶିକାରୀଙ୍କ ଠାରୁ ମୃତ ବାରହା, ବାରୁଦ, ମୋବାଇଲ ଓ ଶିକାର କରିବା ସାମଗ୍ରୀ ଜବତ କରାଯାଇଛି । ଗିରିଫ ଶିକାରୀ ଜଣକ ହେଲେ ନୀଳଗିରି ଥାନା ଅଧିନ ଶିଆଡିମାଳ ପଞ୍ଚାୟତ ଭୁଟାସିମୁଳି ଗାଁର ମଙ୍ଗୁଲୁ ସିଂ। ସୂଚନାଯୋଗ୍ୟ ଯେ, କୁଳଡିହା ଅଭୟାରଣ୍ୟ ଧୋବାଧୋବଣୀ ଅଞ୍ଚଳରେ ଶିକାର କରିବା ପାଇଁ କିଛି ଶିକାରୀ ପ୍ରବେଶ କରିଥିବା ବନ ବିଭାଗ ସୂଚନା ପାଇବା ପରେ ନୀଳଗିରି ରେଞ୍ଜର ଅନନ୍ତ କୁମାର ଜେନାଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ଅଚାନକ ଚଢ଼ାଉ କରି ଶିକାରୀଙ୍କୁ କାବୁ କରିଥିବା ସୂଚନା ମିଳିଛି । ଗିରଫ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

jittmm
Leave A Reply

Your email address will not be published.