ବ୍ରାଉନସୁଗାର ଜବତ, ୧ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ ୧ ଜିଇଡି କଲୋନୀରୁ ଅବକାରୀ ଫ୍ଲାଇଂ ସ୍କ୍ୱାଡ ୧୫୩ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଏଥିସହ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ହେଲେ ଉତ୍ତମ ନାୟକ(୨୪) । ଜିଇଡି ଅଞ୍ଚଳରେ ଉତ୍ତମ ବ୍ରାଉନସୁଗାର ବିକ୍ରୟ କରୁଥିବାର ସୂଚନା ଅବକାରୀ ପୋଲିସ ନିକଟରେ ବହୁ ଆଗରୁ ଥିଲା । ବୁଧବାର ସେ ଇନଡୋର ହଲ୍‌ ଛକ ସ୍ଥିତ ଏକ କ୍ୟାବିନରେ ବ୍ରାଉନସୁଗାର ଅବକାରୀ ଷ୍ଟାଫଙ୍କୁ ବିକ୍ରୟ କଲା ବେଳେ ଗିରଫ ହୋଇଥିଲେ । ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.