ପୁରୁଣା ୱାରେଣ୍ଟି ମାମଲାରେ ୨ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ପୋଲିସ ଗୁରୁବାର ଦୀନ ୨ ଜଣଙ୍କୁ ପୁରୁଣା ୱାରେଣ୍ଟି ମାମଲାରେ ଜଡିତ ଥିବା ଅଭିଯୋଗରେ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ଖବର ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୁନୁ କଠାର (୪୩) ଓ ବୈଶାଖୁ କଠାର (୪୩) ଘର କୁମ୍ଭାରୀ ପଞ୍ଚାୟତ କାଲିକ୍ଷେତ ବୋଲି ଜଣାପଡିଛି । ପ୍ରକାଶ ଯେ, ଗତ ୨୦୨୧ ମସିହାରେ କୌଣସି ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ସେ ଥାନା କିମ୍ବା କୋର୍ଟ ଆଶ୍ରୟ ନେଇ ନଥିଲେ । ଫଳରେ ଗିରଫ ୱାରେଣ୍ଟି ଜାରି ହୋଇଥିଲା ବୋଲି ପୋଲିସ ପ୍ରକାଶ କରିଛି । ଏଥିରେ ଥାନା ଆଇଆଇସି ଅବନୀ ସାହୁଙ୍କ ତତ୍ୱାବଧାନରେ ଏସ୍‌ଆଇ ସଂଗୀତା ବେକ ମାମଲାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.