centurian jitm

ଖପ୍ରାଖୋଲ ଅଞ୍ଚଳରୁ ନକଲି ବଙ୍ଗାଳି ଡାକ୍ତର ଗିରଫ : କୋର୍ଟ ଚାଲାଣ

nschool

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦିନକୁ ଦିନ ମଣିଷ ଆଧୁନିକତା ଆଳରେ ଆଗକୁ ଆଗକୁ ମାଡ଼ି ଚାଲିଛି । ଫଳରେ ଆମର ଆଚାର, ବ୍ୟବହାର, ଚାଲି ଚଳଣୀ, ଖାଇବା, ପିଇବା, ପିନ୍ଧିବା ସବୁକିଛି ବଦଳିବାରେ ଲାଗିଛି । ଏଥିସହିତ ପ୍ରତ୍ୟେକ ଜିନିଷର ଦାମ୍ ବଢ଼ିବାରେ ଲାଗିଛି । ତେବେ ଏପରି ବିଭିନ୍ନ ସମସ୍ୟା ମଧ୍ୟରୁ ଏକ ବଡ଼ ସମସ୍ୟା ହେଉଛି ସ୍ୱାସ୍ଥ୍ୟ ସମସ୍ୟା । ଜଣେ ମଣିଷ ତା’ ଜୀବନ କାଳରେ ଯେତିକି ଟଙ୍କା ରୋଜଗାର କରୁଥିବ, ବୋଧହୁଏ ତା’ର ଅଧା ସେ କେବଳ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଗଣୁଥିବ । ଏହାର ସୁଯୋଗ ଉଠାଉଛନ୍ତି କିଛି କ୍ୱାକ । ନିଜକୁ ଡାକ୍ତର ପରିଚୟ ଦେଇ ନିରିହ ଲୋକମାନଙ୍କୁ ଠକି ଚାଲିଛନ୍ତି । ଏ ଖବର ପୋଲିସ ଜାଣିବା ପରେ ଏସ୍‌.ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଖପ୍ରାଖୋଲ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଦୁଇଜଣ ନକଲି ଡାକ୍ତରଙ୍କୁ ଗିରଫ କରିବାରେ ସଫଳତା ପାଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ । ଖପ୍ରାଖୋଲ ପୋଲିସ ତଦନ୍ତ କରି ଭାନପୁର ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମରୁ ସୁପ୍ରକାଶ ରାଏ (୨୪) ନିଜଘର ପଶ୍ଚିମ ବଙ୍ଗାଲ ଏବଂ ନାନ୍ଦୁପଲା ଗ୍ରାମରୁ ପବିତ୍ର ବିଶ୍ୱାସ ସିଏ ମଧ୍ୟ ପଶ୍ଚିମ ବଙ୍ଗାଲର ବାସିନ୍ଦା ବୋଲି ଜଣାପଡ଼ିଥିବା ବେଳେ ଏହି ଦୁଇଜଣ କ୍ୱାକ ନିଜକୁ ଡାକ୍ତର କହି ଲୋକଙ୍କୁ ଠକୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରେ କୌଣସି ଡାକ୍ତରି, ଫାରମାସିଷ୍ଟ ପାସ ସାର୍ଟିଫିକେଟ ନଥିବା ବେଳେ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ବିଭିନ୍ନ ଗ୍ରାମରେ ରୋଗୀଙ୍କୁ ଚିକିତ୍ସା କରି ଟଙ୍କା ରୋଜଗାର କରୁଥିବାର ଜଣାପଡିଛି । ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାରର ଔଷଧ ପୋଲିସ ଜବତ କରିଛି । ଖପ୍ରାଖୋଲ ଥାନା କେସ ନମ୍ବର ୧୦୫/୨୦୨୩ରେ ମୁକଦମା ରୁଜୁ କରି ୪୧୯/୪୨୦ ଦଫାରେ ଏହି ଦୁଇଜଣ ନକଲି ଡାକ୍ତରଙ୍କୁ ଗିରଫ କରି ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.