୮ ଲିଟର ମଦ ଜବତ, ୧ ଗିରଫ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ପୁଲିସ ବୁଧବାର ୮ ଲିଟର ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମର ନେପାଳ ସିଂ ନିନାଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନରସିଂହପୁରଠାରେ ବେଆଇନ ଭାବେ ଏକ ଦୋକାନରେ ମଦ ବିକ୍ରି ହେଉଥିବା ଖବର ପାଇ ତୁଷୁରା ପୋଲିସ ଚଢଉ କରିଥିଲା । ନେପାଳଙ୍କୁ ଗିରଫ କରି ବଲାଙ୍ଗିର କୋର୍ଟ ଚାଲାଣ କରାଯାଇଥିବା ନେଇ ତୁଷୁରା ଥାନାଧିକାରୀ ସଂଜୀବ ପଧାନ ସୂଚନା ଦେଇଛନ୍ତି । ଏହି ଚଢଉରେ ଏଏସ୍‌ଆଇ ଖମାସିଂ ମାଝୀ, ଯୋଗେଶ ଧରୁଆ କନେଷ୍ଟବଳ ସୁଦାମ ସା, ମନୋଜ ପଟେଲ, ଦମୟନ୍ତୀ ଭୋଇ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.