ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ବେଳେ ଡ୍ରାଇଭର୍‌ଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ଵର : ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିଲା । ଚେକିଂ କରିବାକୁ ପୁଲିସ ଗାଡି ଅଟକାଇବାରୁ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ କଲା । ପୁଲିସ କର୍ମଚାରୀ ବର୍ଷିଯାଇଥିବା ବେଳେ ବାରିକେଡ୍‌କୁ ଭାଙ୍ଗି ଫେରାର ହୋଇଗଲା । ହେଲେ ପୁଲିସ ରାତାରାତି ଚଢଉ କରି ନିଶାସକ୍ତ ଡ୍ରାଇଭରକୁ ଗିରଫ କରିଛି । ଏମିତି ଘଟଣା ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଓମ୍‌ଫେଡ୍‌ ଛକରେ ଘଟିଛି । ଗିରଫ ଚାଳକ ହେଲା ସୋମନାଥ ପାତ୍ର (୨୨) । ଘର ଅନୁଗୁଳ ଜିଲ୍ଲା କୋଲେରୀ ଥାନା କଳାମାଞ୍ଚୋ ଗାଁରେ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଟ୍ରାଫିକ୍‌ ଥାନାର ଅଧିକାରୀଙ୍କ ଟିମ୍ ଓମ୍‌ଫେଡ୍‌ ବ୍ଲକରେ ଗାଡ଼ି ଚେକିଂ କରୁଥିଲେ । ରାତି ପ୍ରାୟ ୧ଟା ସୋମନାଥ ଡମଣା ପଟୁ ଏକ, ସ୍କର୍ପିଓ (ଓଡି୦.୨ସିଏଚ୍୮୩୫୧)କୁ ବେପାରୁଆ ଭାବେ ଚଳାଇ ନାଲ୍‌କୋ ଛକ ପାଶ୍ୱର୍କୁ ଆସୁଥିଲେ । ପୁଲିସ ଅଭିଯୁକ୍ତକୁ କାବୁ କରିବା ପାଇଁ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ଶେଷରେ ପୁଲିସ୍, ସୋମନାଥଙ୍କୁ ବରଗଡ ଥାନା ଅନ୍ତର୍ଗତ ସାମନ୍ତରାପୁର ଛକ ମହାବୀର କନ୍‌ଷ୍ଟ୍ରକ୍‌ସନ୍ ନିକଟରୁ ନିଶାସକ୍ତ ଅବସ୍ଥାରେ କାବୁ କରିଥିଲା ।

Leave A Reply

Your email address will not be published.