ସୁଭଦ୍ରା ଯୋଜନାରେ ଆବେଦନକାରୀଙ୍କ ଠାରୁ ଟଙ୍କା ନେବା ଅଭିଯୋଗର ଜଣେ ଗିରଫ : କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁଭଦ୍ରା ଯୋଜନା ସରକାରଙ୍କ ଏକ ପ୍ରମୁଖ ଯୋଜନା ଯାହା ମହିଳାଙ୍କ ପାଇଁ ଉଦ୍ଧିଷ୍ଟ । ଏହି ଯୋଜନାରେ ମହିଳାଙ୍କୁ ଆର୍ଥିକ ସୁବିଧା ପ୍ରଦାନ କରାଯାଉଛି । ଏହି ଯୋଜନା ପାଇଁ ଫର୍ମ ଅଙ୍ଗନୱାଡି କେନ୍ଦ୍ର, ଜନସେବା କେନ୍ଦ୍ର, ବ୍ଲକ ଆଦିରେ ମିଳୁଛି । ସୁଭଦ୍ରା ପାଇଁ ଆବେଦନ କରିବାକୁ ହେଲେ ସାଧାରଣ ସେବା କେନ୍ଦ୍ର ଓ ମୋ’ ସେବା କେନ୍ଦ୍ରରେ ଫର୍ମ ଆବେଦନ ଦାଖଲ ଦେଇ ଅନ୍‌ଲାଇନ୍‌ରେ ସୁଭଦ୍ରା ପୋର୍ଟାଲରେ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିଥାଏ । ଆବେଦନ ଫର୍ମ ସମ୍ପୂର୍ଣ୍ଣ ନିଶୁକ୍ଳ ଏବଂ ଆବେଦନକାରୀଙ୍କୁ ଏହି ଯୋଜନା ପାଇଁ ଆବେଦନ କରିବାକୁ ସାଧାରଣ ସେବା କେନ୍ଦ୍ର ଓ ମୋ’ ସେବା କେନ୍ଦ୍ରରେ କୌଣସି ଦେୟ ଦେବାକୁ ପଡେ ନାହିଁ କିନ୍ତୁ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁରେ ଥିବା ଏକ ଜନସେବା କେନ୍ଦ୍ର ପରିଚାଳନା କରୁଥିବା ଆକାଶ ସାହୁ(୨୪) ପିତା – ସନ୍ତୋଷ ସାହୁ ସୁଭଦ୍ରା ଯୋଜନା ପଞ୍ଜୀକରଣ ପାଇଁ ୧୦୦/- ଟଙ୍କା ଲେଖାଏଁ ନେଉଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ତଦନ୍ତ କରିବା ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇଥିଲା । ଟିମ୍‌ରେ ଥାନାଧିକାରୀ ବିଶ୍ୱଜିତ ମନବୋଧ, ଏସ୍‌ଆଇ ଦେବାଶିଷ ଶତପଥୀ, ଏଏସ୍‌ଆଇ ଦେବରାଜ ମାଝୀ ସାମିଲ ହୋଇ ସେହି ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କରିଥିଲେ । ଶନିବାର ଦିନ ଟିଟିଲାଗଡ଼ ଥାନାରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଏବଂ ଥାନାଧିକାରୀ ବିଶ୍ୱଜିତ ମନବୋଧ ଏ ବିଷୟରେ ସୂଚନା ଦେବା ସହ ଆକାଶ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.