୧୨୦ କିଲୋ ଗଞ୍ଜେଇ ଜବତ : ୩ ଗିରଫ

ବ୍ରହ୍ମପୁର : ଗଜପତିରୁ ବ୍ରହ୍ମପୁର ବେଆଇନ ଭାବେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ । ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗ୍ରାମ ନିକଟରୁ ଗୋଟିଏ କାର୍ ଓ ବାଇକ୍‌ରୁ ୧୨୦କିଲୋ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ । ସୂଚନାନୁଯାୟୀ, ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗୋପାଳପୁର ଥାନା ସାନକୁଶସ୍ଥଳୀ ଗ୍ରାମ ନିକଟରୁ ଗୋଟିଏ କାର୍ ଓ ବାଇକ୍‌ରୁ ୧୨୦କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.