ବଜ୍ରକାପ୍ତା ଜବତ : ଓଡ୍ରାପ୍ଟ କର୍ମଚାରୀ ସହ ୩ ଗିରଫ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲାରେ ପୁଲିସ ପରେ ଏବେ ଚର୍ଚ୍ଚାରେ ଓଡ୍ରାପ୍ଟ କର୍ମଚାରୀ । ରାଜ୍ୟ ଏସ୍‌ଟିଏଫ୍‌ ଦଳ ଚଢ଼ଉ କରି ନନ୍ଦପୁର ସେମିଳିଗୁଡା ରାସ୍ତା ବଡେଗାଁ ଗ୍ରାମ ନିକଟରୁ ବଜ୍ରକାପ୍ତା ସହ ଅଲ୍ଟୋକାର ଜବତ କରାଯାଇଛି । ଏହି ମାମଲାରେ ୩ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ସଦା ଦିସାରି, ମୋଜେଶ ଖରା ଓ ଲାଣ୍ଡୁ ତାଡିଙ୍ଗ । ସେମାନଙ୍କ ମଧ୍ୟରୁ ଜଣେ ଓଡ୍ରାପ୍ଟ କର୍ମଚାରୀ ଥିବାରୁ କୋରାପୁଟ ଜିଲ୍ଲା ପୁନଃ ଚର୍ଚ୍ଚାକୁ ଆସିଛି । ସଦା ଦିସାରି ମନ୍ଦାରଗୁଡା ସେମିଲିଗୁଡା ଅଞ୍ଚଳର ବାସିନ୍ଦା । ବଜ୍ରକାପ୍ତାଟି ଆନ୍ଧ୍ର ଦେଇ ବାହାର ରାଜ୍ୟକୁ ସ୍ଥାନାନ୍ତର କରାଯାଉଥିଲା । ଯାହାକୁ ବର୍ତ୍ତମାନ କୋରାପୁଟ ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନରେ ସେମିଳିଗୁଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ରଖାଯାଇଛି । ଚିକିତ୍ସା ପରେ ବଜ୍ରକାପ୍ତା ସୁସ୍ଥ ଥିବା ସେମିଳିଗୁଡା ରେଞ୍ଜର ଟି. ପଣ୍ଡା ସୂଚନା ଦେଇଛନ୍ତି । ନିର୍ଦ୍ଦେଶ ମିଳିଲେ ନନ୍ଦନକାନନ ନେଇ ଛଡ଼ା ଯିବ । ୩ ଗିରଫଙ୍କୁ ଅଦାଲତ ଚାଲାଣ କରାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.