ନାବାଳିକା କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଯୁବକ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚରଣ ସହ ମାଡ଼ ମାରିଥିବା ନେଇ ସଇଁତଲା ଥାନାରେ ଅଭିଯୋଗ ହୋଇଛି । ଏହାକୁ ଭିର୍ତ୍ତି କରି ଥାନା କେସ ନଂ ୩୩୭/୨୪ ଅନୁସାରେ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ୨୯୬, ୧୧୫(୨), ୩୫୧(୨), ୧୨୬(୨), ୭୪, ୭୮ ଓ ୧୨ ପୋସ୍କୋରେ ମାମଲା ରୁଜୁ ହୋଇଛି । ଏଥିରେ ଗିରଫ ଅଭିଯୁକ୍ତଙ୍କୁ ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତଙ୍କ ନାମ କରୁଣାସିନ୍ଧୁ ପାତ୍ର ଓରଫ ରିପୁ (୨୭) କନ୍ଧକେଲଗାଁ ପଞ୍ଚାୟତ ସର୍ଗିପାଲିର ବୋଲି ଜଣାପଡିଛି । ପ୍ରକାଶ ଯେ, ନାବାଳକ କଲେଜ ଛାତ୍ରୀ ଜଣକ ଫେରୁଥିବା ବେଳେ ସର୍ଗିପାଲି ଗାଁର କରୁଣାସିନ୍ଧୁ ନାମକ ଜୈନିକ ଯୁବକ ରାସ୍ତା ଅଟକାଇ ଅସଦାଚରଣ କରିବା ସହ ମାଡ଼ ମାରିଥିଲା ବୋଲି ଥାନା ଲିଖିତ ଅଭିଯୋଗ ହୋଇଛି । ଏନେଇ ସଇଁତଲା ଆଇଆଇସି ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ୱବଧାନରେ ସେକେଣ୍ଡ ଅଫିସର ଗୋଇଣ୍ଡି ଖାଁଖାଁ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଡାକ୍ତରୀପରୀକ୍ଷା କରି କୋର୍ଟ ଚାଲାଣ କରିଛନ୍ତି ।

Leave A Reply

Your email address will not be published.