oom

୧୦ କେଜି ଗଞ୍ଜେଇ ସହ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଖପ୍ରାଖୋଲ ପୋଲିସ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ହରିଶଙ୍କର ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦ କେଜି ଗଞ୍ଜେଇ ସହ ଦୁଇଟି ବାଇକ୍‌ ଏବଂ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଖପ୍ରାଖୋଲ ପୋଲିସ । ସୂଚନା ଅନୁଯାୟୀ ଗୁରୁବାର ସକାଳ ସମୟରେ ଖପ୍ରାଖୋଲ ପୋଲିସ ଖପ୍ରାଖୋଲରୁ ଗୁଣ୍ଡୁରୁପାଲି ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇଟି ବାଇକ୍‌ରେ ତିନିଜଣ ବ୍ୟକ୍ତି ଖପ୍ରାଖୋଲ ପଟେ ଆସୁଥିବାର ଦେଖି ହରିଶଙ୍କର ଛକ ନିକଟରେ ସେମାନଙ୍କୁ ଅଟକାଇଥିଲେ । ସେମାନଙ୍କ ପାଖରେ ଗୋଟିଏ ଜରି ବସ୍ତାରେ କିଛି ସାମଗ୍ରୀ ଥିଲା ତଦନ୍ତ ପରେ ଜଣାପଡିଲା ଯେ ସେମାନେ ଗଞ୍ଜେଇ ଚୋରା ଚାଲାଣ କରି ବଡ଼ଉଡେନ ଗ୍ରାମରୁ ଲାଠୋରକୁ ନେଉଥିଲେ । ଅଭିଯୁକ୍ତ ମାନେ ହେଲେ ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ବଡ଼ଉଡେନ ଗ୍ରାମ କୁମ୍ଭାରଡେରାର ରୋହିତ ରଣା(୨୦), ଚନ୍ଦ୍ରମଣୀ ଡାଙ୍ଗ (୩୫) ଏବଂ ଲାଠୋର ଥାନା ଅନ୍ତର୍ଗତ ଯାମଚୁଆଁ ଗ୍ରାମର ନବୀନ ରଣା(୩୪) । ସେମାନଙ୍କୁ ପୋଲିସ ଅଟକ ରଖି ଥିଲେ ପରେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଆଦିତ୍ୟ ପ୍ରାସାଦ ମିଶ୍ରଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରିଥିଲେ ଯାହା ୧୦ କେଜି ୨୦୦ ଗ୍ରାମ ହୋଇଥିବାବେଳେ ତାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ମାଜିଷ୍ଟ୍ରେଟ୍‌ ଭାବେ ଥିବା ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଅଭିଯୁକ୍ତ ମାନଙ୍କ ପାଖରୁ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୮୩/୨୦୨୪ରେ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (ଏନ୍‌. ଡି. ପି. ଏସ୍‌) ୧୯୮୫ ଅଧିନିୟମ ଅନୁଯାୟୀ ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଘଟଣାରେ ଆହୁରି କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.