ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୁବକ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ଜଣେ ନାବାଳିକା ଯୁବତୀକୁ ଘରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଥାନା କେସ ନଂ ୩୨୯/୨୪ କ୍ରମେ ଦଫା ୩୭୬ (୨), ୬ ପୋସ୍କୋ ମାମଲା କରି ଅଭିଯୁକ୍ତଙ୍କୁ ଗିରଫ କରି ବଲାଙ୍ଗିର କୋର୍ଟକୁ ଚାଲାଣ କରିଛି । ଗିରଫ ଅଭିଯୁକ୍ତ କବିରଥ ଦଣ୍ଡସେନା (୪୦) ସଇଁତଲା ଗାଁର ବୋଲି ଜଣାପଡିଛି । ପ୍ରକାଶ ଯେ, ଗତ ମଙ୍ଗଳବର ସନ୍ଧ୍ୟା ୮ଟା ସମୟରେ ଜଣେ ନାବାଳିକା ଯୁବତୀକୁ ଘରକୁ ଡାକି ରାତି ସାରା ରଖିବା ପରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ ନମିଳିବାରୁ ପରିବାର ଲୋକେ ପୋଲିସର ଆଶ୍ରମ ନେଇଥିଲେ । ଏଥିରେ ପୋଲିସ ଖବର ପାଇଁ ଏକ ଭଡା ଘରେ ରହୁଥିବା କବିରଥଙ୍କ ଘରକୁ ଚଢ଼ାଉ କରିଥିଲେ । ଏଥିରେ ପୋଲିସ ଯୁବକ ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଉକ୍ତ ଘଟଣାକୁ ସଇଁତଲା ଆଇଆଇସି ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ସେକେଣ୍ଡ ଅଫିସର ଗୁଇଣ୍ଡି ଖାଁଖାଁ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.