୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିଜିଏସ୍‌ଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ଅଧୀକ୍ଷକଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର, (ପିଆଇବି) : ଜିଏସ୍‌ଟି ଫେରସ୍ତ କରିବା ବଦଳରେ ଜନୈକ ଅଭିଯୋଗକାରୀଙ୍କଠାରୁ ୧୫,୦୦୦/- ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର କେନ୍ଦ୍ରୀୟ ଜିଏସ୍‌ଟି ଏବଂ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକ ମନୋଜ କୁମାର ସୁବୁଦ୍ଧିଙ୍କୁ ସିବିଆଇ ଗିରଫ କରିଛି । ବ୍ରହ୍ମପୁରର କେନ୍ଦ୍ରୀୟ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଅଭିଯୋଗ ଆଧାରରେ ସିବିଆଇ ୦୯.୦୭.୨୦୨୪ରେ ଏକ ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ପୂର୍ବରୁ ଅଭିଯୋଗକାରୀଙ୍କୁ ୧.୭୭ ଲକ୍ଷ ଟଙ୍କାର ଜିଏସଟି ଫେରସ୍ତ ପ୍ରକ୍ରିୟା କରିଥିବା ଦର୍ଶାଇ ଏବଂ ଅଭିଯୋଗକାରୀଙ୍କୁ ପ୍ରାୟ ୩ ଲକ୍ଷ ଟଙ୍କାର ଆଉ ଏକ ଜିଏସ୍‌ଟି ରିଫଣ୍ଡ ସୁରୁଖୁରୁରେ ପ୍ରକ୍ରିୟାକରଣ କରିଥିବା ଦର୍ଶାଇ ଅଭିଯୁକ୍ତ ଅଭିଯୋଗକାରୀଙ୍କଠାରୁ ୨୦,୦୦୦/- ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଅଧିକାରୀ ଜଣଙ୍କ ଅଭିଯୋଗକାରୀଙ୍କ ଠାରୁ ମାଗିଥିବା ମୋଟ ୨୦,୦୦୦/- ଟଙ୍କା ଲାଞ୍ଚ ରାଶି ମଧ୍ୟରୁ ୧୫,୦୦୦/- ଟଙ୍କାର ପ୍ରଥମ କିସ୍ତି ଲାଞ୍ଚ ଗ୍ରହଣ କରୁଥିବା ବେଳେ ଧରାପଡ଼ିଥିଲେ । ବ୍ରହ୍ମପୁର ଓ ଭୁବନେଶ୍ୱରରେ ଥିବା ଅଭିଯୁକ୍ତଙ୍କ ବାସଭବନ ଓ ସରକାରୀ ପରିସରରେ ଚଢ଼ାଉ କରାଯାଇ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି । ସିବିଆଇ ମାମଲାର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟରେ ଆଜି ଅଭିଯୁକ୍ତଙ୍କୁ ହାଜର କରାଯାଉଛି । ମାମଲାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.