shyamal

୩୯୦ ଲିଟର ଦେଶୀ ମଦ ଜବତ କଲା ପୋଲିସ : ଜଣେ ଗିରଫ

ଭୁବନେଶ୍ଵର : ରାଜଧାନୀରେ ଚାଲିଛି ବେଆଇନ ଦେଶୀ ମଦ ବିକ୍ରି ଓ ଚାଲାଣ । ବେଆଇନ ଦେଶୀ ମଦ ବିକ୍ରି ଓ ଚାଲାଣ ଅଭିଯୋଗରେ ନନ୍ଦନକାନନ ପୁଲିସ ଜଣେ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ସୂଚନା ଆଧାରରେ ନନ୍ଦନକାନନ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ୍ ଟିମ୍‌ ଦାଢା ଶନି ମନ୍ଦିର ନିକଟରେ ଅତର୍କିତ ଚଢଉ କରିଥିଲା । ଛାନଭିନ ସମୟରେ ପୁଲିସ ଉକ୍ତ ଅଭିଯୁକ୍ତଙ୍କ ହେପାଜତରୁ ମୋଟ୍‌ ୩୯୦ ଲିଟର ଦେଶୀ ମଦ, ଏକ କାର ଏବଂ ୧୫୦୦ ଟଙ୍କା ଜବତ କରିଥିଲା । ବେଆଇନ ଦେଶୀ ମଦ ଚାଲାଣ କରୁଥିବା ଅଭିଯୋଗରେ ଅଭିଯୁକ୍ତ ହୃଷୀକେଶ ଜେନା ଓରଫ ବାବୁ ଜେନାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ ।

purusottam
Leave A Reply

Your email address will not be published.