୧୨୦ ଲିଟର ରନ୍ଧାମଦ ସହ ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳରେ ରନ୍ଧାମଦ ବିକ୍ରି ରୋକିବା ପାଇଁ ଅବକାରୀ ଇନ୍ସପେକ୍ଟର ସମରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀଧର ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଅବକାରୀ ବିଭାଗ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ମହୁଲପାଲି ଛକ ନିକଟରେ ତନଖି ସମୟରେ ଗାଇସିଲେଟ ଥାନା ଅନ୍ତର୍ଗତ ମଲମୁଣ୍ଡା ଗାଁର ରୋହିତ ବେହେରା ପଦ୍ମପୁର ପଟକୁ ୧୦୨ ଲିଟର ରନ୍ଧା ମଦ ଚାଳାଣ କରୁଥିବା ଅବକାରୀ ବିଭାଗ ତାକୁ କାବୁ କରିଥିଲା । ଏନେଇ ପଦ୍ମପୁର ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀଧର ମାଝୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.