
ତୁଷୁରା : ତୁଷୁରା ଅବକାରୀ ବିଭାଗ ପୃଥକ ସ୍ଥାନରୁ ମଦ ଜବତ କରିବା ସହ ୨ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବାଲିପଟା ଗାଁର ଋତୁରାଜ ରଣା ଓ କୁବେର ରଣା । ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ତୁଷୁରା ଥାନା ଅନ୍ତର୍ଗତ ମାôଧଆପାଲି ରାସ୍ତାରେ କୁବେରଙ୍କଠାରୁ ୫୨ ଲିଟର ଓ ଗୁଡଖାପଲା ରାସ୍ତାରୁ ଋତୁରାଜଙ୍କ ଠାରୁ ୪୩ ଲିଟର ଦେଶୀ ମଦ ଜବତ କରିଥିଲା । ବେଆଇନ ମଦ ଚାଲାଣ ଅଭିଯୋଗରେ ଉଭୟଙ୍କୁ ଗିରଫ କରିବା ସହ ୨ଟି ବାଇକ୍ ଜବତ କରିଥିଲା । ଏହି ଚଢଉରେ ଅବକାରୀ ଅôଧକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଏଏସ୍ଆଇ ଡୁଲେଶ୍ଵର କୁମରା, କନ୍ଷ୍ଟେବଳ୍ ବିଭୁତି ଭୂଷଣ ଭୋଇ, ସୁନେଲି ପ୍ରଧାନ ପ୍ରମୁଖ ସାମିଲ ଥିଲେ ।