ତୁରକେଲା, (ଅଶୋକ କୁମାର ବାଗ) : ତୁରେକେଲା ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ରବିବାର ବେଆଇନ୍ କଫ ସିରପ୍ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ତୁରେକେଲା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ରାମୁଡ଼ ଗ୍ରାମ ନିକଟରେ ଜଣଙ୍କୁ ୧୦୪ଟି ସିଲ୍ ଥିବା ୧୦୦ ମି. ଲି. ବିଶିଷ୍ଟ ଓରନେକ୍ସ କଫ ସିରପ୍, ୨୫ଟି ନିଶା ଟାବେଲେଟ୍, ନଗଦ ୩୫୦ ଟଙ୍କା ଏବଂ ଗୋଟିଏ ମୋବାଇଲ୍ ଜବତ କରିବା ସହ ରାମୁଡ଼ ଗ୍ରାମର ମକରନ୍ଦ ଗହୀର(୪୦)ଙ୍କୁ ଗିରଫ କରିଛି । ଏନେଇ ତୁରେକେଲା ଥାନା କେସ୍ ନଂ ୧୧୧/୨୦୨୪ରେ ଏକ ମାମଲା ରୁଜୁ କରି ଭାରତୀୟ ପେନାଲ୍ କୋର୍ଡର ଧାରା ୨୭୪/୨୭୫/୨୭୬ / ୧୨୦ବି କ୍ରମେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୁଲିସର ଏଭଳି କାର୍ଯ୍ୟ ଜାରି ରହିଲେ ଅଞ୍ଚଳରେ ଅସାମାଜିକ ତତ୍ତ୍ୱ ତଥା ନିଶା କାରବାର ବନ୍ଦ ହୋଇପାରିବ ବୋଲି ଅଞ୍ଚଳବାସୀଙ୍କ ମନରେ ଆଶା ସଞ୍ଚାର ହେବା ସହ ପୁଲିସର ଏହି କାର୍ଯ୍ୟକୁ ଅଞ୍ଚଳବାସୀ ବହୁତ ପ୍ରଶଂସା କରିଛନ୍ତି । ଏହି ଅଭିଯୁକ୍ତ ସହ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ପୁଲିସ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ବୋଲି କେସ୍ ତଦନ୍ତକାରୀ ଅଧିକାରୀ ଶେଷଦେବ ସେଠ୍ ପ୍ରକାଶ କରିଛନ୍ତି ।