oom

ବିଦେଶୀ ମଦ ଜବତ, ୨ ଗିରଫ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮୫୭ ଲିଟର ବିଦେଶୀ ମଦ ଜବତ ସହ ୨ ଗିରଫ ଟାଉନ ଥାନା ଆରଟିଓ ଛକ ନିକଟରୁ ଜବତ କଲା ପୋଲିସ । ସକାଳ ପ୍ରାୟ ୮ଟା ସମୟରେ ବଲାଙ୍ଗିର ଆର୍‌ଟିଓ ଛକ ପାଖରେ ବଲାଙ୍ଗିର ଟାଉନ୍‌ ପୋଲିସ ପକ୍ଷରୁ ବ୍ଲକିଂ ଚାଲିଥିବା ସମୟରେ ଏକ ଅଟୋ ଗାଡ଼ିରୁ ବେଆଇନ୍‌ ଭାବେ ଚାଲାଣ କରାଯାଉଥିବା ୮୫୭ ବୋତଲ୍‌ ପ୍ରାୟ ୪୭୬.୦୫ ଲିଟର୍‌ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ୍‌ କରାଯାଇଛି । ଏହି ମାମଲାରେ ଅଟୋ ଡ୍ରାଇଭର ବଲାଙ୍ଗିର ସାଗରପଡ଼ାର ଜିତେନ୍ଦ୍ର ପ୍ରଧାନ(୩୦)ଙ୍କ ସହ ବିଦେଶୀ ମଦ ଚୋରାଚାଲାଣ କରୁଥିବା ଝାରଖଣ୍ଡର ମୂଳନିବାସୀ ତଥା ବିଜାଖମନରେ ଏବେ ରହୁଥିବା ରାଜକିଶୋର ଗୁପ୍ତାଙ୍କୁ ଗିରଫ୍‌ କରାଯାଇଛି । ବିଦେଶୀ ମଦ ଚୋରାଚାଲାଣରେ ବ୍ୟବହୃତ ଓଡ଼ି୦୩କ୍ୟୁ୭୯୪୫ ନମ୍ବର ବିଶିଷ୍ଟ ଅଟୋକୁ ଜବତ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଅପରାହ୍ନରେ ଟାଉନ୍‌ ଥାନାରେ ଆୟୋଜିତ ଏକ ପ୍ରେସ୍‌ମିଟ୍‌ରେ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ତେବେ ବିଜାଖମନ ସ୍ଥିତ ଫରେନ୍‌ ଲିକର୍‌ ଦୋକାନରୁ ଜବତ୍‌ ହୋଇଥିବା ମଦ ଆଣାଯାଇଥିବା ବେଳେ ଚନ୍ଦନଭାଟି ଅଂଚଳର ବିଭିନ୍ନ ସ୍ଥାନରେ ଡିଷ୍ଟ୍ରିବ୍ୟୁଟ୍‌ କରିବା ପାଇଁ ଅଭିଯୁକ୍ତ ଜଣକ ମଦ ଆଣୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଏସ୍‌ଡିପିଓ ଶ୍ରୀ ସାହୁ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ଶ୍ରୀ ସାହୁଙ୍କ ସହ ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ମଧ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.