
ସଇଁନ୍ତଲା, (ଖୁସିରାନି ସାହୁ) : ବନାଞ୍ଚଳ ମନମୁଣ୍ଡା ରାସ୍ତା ନିକଟରେ ବନ ବିଭାଗ ଚଢ଼ଉ କରି ଗାଡ଼ି ସହ ଖଇର କାଠ ଜବତ କରିଛି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ସଇଁନ୍ତଲା ବନାଞ୍ଚଳ ଅଧିକାରୀ ସାଗର ରାଜ ନାୟକଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ପେଟ୍ରୋଲିଂ କରୁଥିଲେ । ମନମୁଣ୍ଡା ଗ୍ରାମ ନିକଟରେ ଗାଡ଼ିରେ କାଠ ଚୋରା ଚାଲାଣ ହେଉଥିବା ଖବର ପାଥିଲେ । କାଠ ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା । ତେବେ ଏହି କାଠ ଚୋରା ଚାଲାଣ ମାମଲାରେ ନିରଞ୍ଜନ ଚନ୍ଦନ, ଶୁକ୍ର ସାହୁ, ଅମର ବାଙ୍କକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।